Categories: ଜାତୀୟ

ନିନ୍ଦା କଲା ଭାରତ

ନୂଆଦିଲ୍ଲୀ,୨୭।୮: କାବୁଲ ବିମାନବନ୍ଦର ନିକଟରେ ହୋଇଥିବା ମାରାତ୍ମକ ବୋମା ବିସ୍ଫୋରଣକୁ ଭାରତ ଦୃଢ ନିନ୍ଦା କରିଛି। ଭାରତ କହିଛି ଯେ, ଏହି ବିସ୍ଫୋରଣ ପୁଣି ଥରେ ଚେତାଇ ଦେଇଛି ଯେ ଆତଙ୍କବାଦ ବିରୋଧରେ ବିଶ୍ୱ ଏକାଠି ହେବା ଆବଶ୍ୟକ। ଯେଉଁମାନେ ଏହାକୁ ପ୍ରୋତ୍ସାହିତ କରୁଛନ୍ତି ସେମାନଙ୍କ ବିରୋଧରେ ଆମକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଏହି ଆକ୍ରମଣ ବିଶ୍ୱକୁ ଆତଙ୍କବାଦୀଙ୍କ ବିରୋଧରେ ଏକଜୁଟ ହେବା ଆବଶ୍ୟକତାକୁ ଆହୁରି ଦୃଢ କରିଦେଇଛି। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ମଧ୍ୟ ମନ୍ତ୍ରଣାଳୟ ସମବେଦନା ଜଣାଇଛି।
ସୂଚନାଯୋଗ୍ୟ, ଗୁରୁବାର କାବୁଲରେ ଦୁଇଟି ଆତ୍ମଘାତୀ ଆକ୍ରମଣରେ ୭୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଆତଙ୍କବାଦୀ ଆକ୍ରମଣରେ ୧୩ ଜଣ ଆମେରିକୀୟ ସୈନଙ୍କର ମୃତ୍ୟୁ ଘଟିଛି ଏବଂ ୧୮ ଜଣ ଆହତ ହୋଇଛନ୍ତି। ଏହି ବିସ୍ଫୋରଣରେ ମୋଟ ୧୪୩ ଜଣ ଆହତ ହୋଇଛନ୍ତି।

Share