ୟୁଏନ୍‌ଜିଏରେ ପାକିସ୍ତାନକୁ ଭାରତର ନିନ୍ଦା

ଜାତିସଂଘ,୨୫ା୨(ପି.ଟି.): ଜାତିସଂଘ ସାଧାରଣ ସଭାରେ ୟୁକ୍ରେନ୍‌ ଉପରେ ସ୍ବତନ୍ତ୍ର ଅଧବେଶନ ବସିଥିବାବେଳେ ସେଠାରେ ପାକିସ୍ତାନ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଭାରତ ଏହାର ନିନ୍ଦା କରିଛି। ଇସ୍‌ଲାମାବାଦ ଏଭଳି ପ୍ରସଙ୍ଗ ଉଠାଇବା ଦୁଃଖଦାୟକ ଓ ଭୁଲ୍‌ ଉପସ୍ଥାପନା ବୋଲି ନୂଆଦିଲ୍ଲୀ କହିଛି। ଆତଙ୍କବାଦୀଙ୍କୁ ନିରାପଦ ଆଶ୍ରୟ ଯୋଗାଇଥିବା ପାକିସ୍ତାନର ପୂର୍ବ ରେକର୍ଡ ସମ୍ପର୍କରେ ଭାରତ ଜାତିସଂଘ ଅଧିବେଶନରେ କହିଥିଲା। ପାକିସ୍ତାନର ଉତ୍ତେଜନାପୂର୍ଣ୍ଣ କାର୍ଯ୍ୟ ସମ୍ପର୍କରେ ଭାରତ ଏଥର କିଛି କହିବାକୁ ଚାହୁଁ ନ ଥିଲା। ପାକିସ୍ତାନ ପ୍ରତିନିଧି ଆମର ଜବାବ ରଖିବା ଅଧିକାର ବିଷୟରେ ଆଲୋଚନା କରିବା ଉଚିତ ବୋଲି ଜାତିସଂଘରେ ଭାରତର ସ୍ଥାୟୀ ମିଶନ ପରାମର୍ଶଦାତା ପ୍ରତୀକ ମାଥୁର କହିଥିଲେ।

Share