Categories: ଜାତୀୟ

ଦେଶ ସମସ୍ତ ପ୍ରକାର ଆତଙ୍କବାଦ ସହ ଏହାର କାର୍ଯ୍ୟକଳାପକୁ ନିନ୍ଦା କରୁଛି: ଓମ ବିର୍ଲା

ନୂଆଦିଲ୍ଲୀ,୧୫।୧୦:  ଲୋକ ସଭା ବାଚସ୍ପତି ଓମ ବିର୍ଲା ପାର୍ଲାମେଣ୍ଟ ପରିସରରେ ରବିବାର ଖବରଦାତାଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ସେ କହିଛନ୍ତି, ଦେଶ ଆତଙ୍କବାଦାର ସମସ୍ତ ସ୍ବରୁପ ଓ ଅଭିବ୍ୟକ୍ତିକୁ ନିନ୍ଦା କରୁଛି। ବିଶ୍ୱ ଶାନ୍ତି ଓ ସମୃଦ୍ଧିର ଆହ୍ବାନ କରି କହିଛନ୍ତି କି ଆତଙ୍କବାଦର ସମସ୍ତ ସ୍ରୋତକୁ ସାମୁହିକ ସଂକଳ୍ପଶକ୍ତି ଦ୍ୱାରା ପରାସ୍ତ କରାଯାଇଥାଏ। ଏହାସହ ଲୋକ ସଭା ବାଚସ୍ପତି କହିଛନ୍ତି କି ନୂଆ ଦିଲ୍ଲୀରେ ପି୨୦ ଶିଖର ସମ୍ମିଳନୀରେ ଏବେ ପର୍ଯ୍ୟନ୍ତ ସବୁଠାରୁ ସଫଳ ପି୨୦ ଶିଖର ସମ୍ମିଳନୀ ଆୟୋଜିତ ହୋଇଛି।

ଲୋକ ସଭା ବାଚସ୍ପତି କହିଛନ୍ତି ଯେ ଭାରତର ଜି -୨୦ ପ୍ରେସିଡେନ୍ସି ଥିମର ଅନୁରୂପ ୯ମ ପି୨୦ ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ପାଇଁ ପାର୍ଲାମେଣ୍ଟସ’। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତିନିଧୀଙ୍କ ଅଂଶଗ୍ରହଣ ଦୃଷ୍ଟିରୁ ନୂଆଦିଲ୍ଲୀ ପି ୨୦ ସମ୍ମିଳନୀ ହେଉଛି ସବୁଠାରୁ ସଫଳ ପି୨୦ ଶିଖର ସମ୍ମିଳନୀ। ସେ ସୂଚନା ଦେଇଛନ୍ତି ଯେ ଜି -୨୦ ଦେଶ ବ୍ୟତୀତ ଅନ୍ୟ ୧୦ ଟି ଦେଶ ଏହି ସମ୍ମିଳନୀକୁ ଆମନ୍ତ୍ରିତ ହୋଇଥିଲେ ଯେଉଁଥିରେ ଗୋଟିଏ ଦେଶ ବ୍ୟତୀତ ସମସ୍ତ ଦେଶ ଅଂଶଗ୍ରହଣ କରିଥିଲେ। ସେ କହିଛନ୍ତି ଯେ ଏହି ସମ୍ମିଳନୀରେ ମୋଟ ୩୭ ଅଧ୍ୟକ୍ଷ / ଉପାଧ୍ୟକ୍ଷ ଏବଂ ୨୯ ଟି ଦେଶର ପ୍ରତିନିଧୀଙ୍କ ନେତା ଅଂଶଗ୍ରହଣ କରିଛନ୍ତି।

Share