ମୋଗାଡିଶୁ କାର ବୋମା ବିସ୍ଫୋରଣକୁ ନିନ୍ଦା କଲା ଭାରତ

ନୂଆଦିଲ୍ଲୀ/ମୋଗାଡିଶୁ,୩୧।୧୦: ସୋମାଲିଆ ରାଜଧାନୀ ମୋଗାଡିଶୁର ବ୍ୟସ୍ତବହୁଳ ଅଞ୍ଚଳରେ ଶନିବାର ଦୁଇଟି କାର ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୦୦ ଟପିଛି। ଏପରି କି ବିସ୍ଫୋରଣରେ ୩ଶହ ଲୋକ ଆହତ ହୋଇଥିବା ନେଇ ରାଷ୍ଟ୍ରପତି ହାସନ ଶେଖ୍‌ ମହମ୍ମଦ କହିଛନ୍ତି। ଆହତଙ୍କ ଚିକିତ୍ସା ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଅଲ୍‌-କାଏଦା ସହ ସମ୍ପୃକ୍ତ ଆତଙ୍କବାଦୀ ଗୋଷ୍ଠୀ ଅଲ୍‌-ଶବାବ୍‌ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଏହି ପରିପ୍ରେକ୍ଷୀରେ ଭାରତ ବିସ୍ଫୋରଣ ଘଟଣାକୁ ଦୃଢ ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି। ଏପରିକି ଭାରତ ବିଶ୍ୱ ସମୁଦାୟକୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛି।

Share