Categories: ଜାତୀୟ

ଆମେରିକା ରିପୋର୍ଟକୁ ଭାରତର ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ,୪।୬: ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଥିବା ନେଇ ଆମେରିକା ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଉପରେ ନୂଆଦିଲ୍ଲୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭୁଲ୍‌ ତଥ୍ୟ ଉପରେ ଆଧାରିତ ରିପୋର୍ଟ କହି ଆମେରିକା ରିପୋର୍ଟକୁ ଭାରତ ନିନ୍ଦା କରିଛନ୍ତି।

ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତାକୁ ନେଇ ଆମେରିକା ପରରାଷ୍ଟ୍ର ବିଭାଗର ୨୦୨୧ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ବରିଷ୍ଠ ଅଧିକାରୀମାନେ ଭୁଲ୍‌ ତଥ୍ୟ ଆଧାରରେ ମନ୍ତବ୍ୟ ଦେଇଥିବା ଦେଖାଯାଇଛି। ଅନ୍ତର୍ଜାତୀୟ ସମ୍ପର୍କକୁ ନେଇ ଭୋଟବ୍ୟାଙ୍କ ରାଜନୀତି କରାଯିବା ଦୁର୍ଭାଗ୍ୟଜନକ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି। ଅନ୍ୟର କଥାରେ ପ୍ରଭାବିତ ହୋଇ ଆକଳନ କରିବା ଓ ପକ୍ଷପାତିତା ବନ୍ଦ ହେଉ ବୋଲି ସେ କହିଛନ୍ତି। ଏପରି କି ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ପ୍ରକାଶ କରିଥିବା ରିପୋର୍ଟରେ ବିଶ୍ୱରେ ଧର୍ମୀୟ ସ୍ବାଧୀନତା ଉଲ୍ଲଂଘନ ହେଉଥିବା କୁହାଯାଇଛି। ଭାରତରେ ସଂଖ୍ୟାଲଘୁଙ୍କ ଉପରେ କ୍ରମାଗତ ଆକ୍ରମଣ ହେଉଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି।

Share