ନୂଆଦିଲ୍ଲୀ,୧୪।୪: ଲୋକ ସଭା ନିର୍ବାଚନ ୨୦୨୪ ଲାଗି ଭାଜପା ନିଜର ଘୋଷଣା ପତ୍ର ଜାରି କରିଛି। ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଜାରି କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଘୋଷଣା ପତ୍ରକୁ ନେଇ କହିଛନ୍ତି ଯେ, ଆମେ ଯେତେବେଳେ ଦେଉଥିଲୁ ତାହାକୁ କଟାକ୍ଷ କରାଯାଉଥିଲା, ହେଲେ ଏବେ ଭୋଟ ପାଇଁ ଭାଜପା ମାଗଣା ବିଜୁଳି ଦେବା ବିଷୟରେ କହୁଛି। ସେହିଭଳି କଂଗ୍ରେସ ନେତା ପବନ ଖେଡ଼ା ଭାଜପା ଘୋଷଣା ପତ୍ର-ସଂକଳ୍ପ ପତ୍ରକୁ ଟାର୍ଗେଟ କରି କହିଛନ୍ତି ଯେ ଏହାପୂର୍ବରୁ କୌଣସି ସରକାରଙ୍କୁ ଗୋଲପୋଷ୍ଟ ବଦଳାଇବାର ରୋଗ ହୋଇ ନ ଥିଲା। ୨୦୧୪ରେ ଆପଣ ଯାହା କହିଥିଲେ, ୨୦୧୯ରେ ଆପଣ ତାର ହିସାବ ଦେଇନାହାନ୍ତି। ଘୋଷଣାପତ୍ରରେ ନୂଆ ସଂକଳ୍ପ ଆଣିଛନ୍ତି। ୨୦୧୯ରେ ‘ଘୋଟାଲା’ ଏବଂ ଗୋଲପୋଷ୍ଟ ଏବଂ ୨୦୨୪ରେ ୨୦୪୭ ବିଷୟରେ କହୁଛ। ସେମାନେ ଘୋଷଣାପତ୍ରରେ ୨୦୨୬ ଅଲିମ୍ପିକ୍ ଭାରତରେ ହେବା ନେଇ ଉଲ୍ଲେଖ କରିଛନ୍ତି।ସେ ଏତେ ଚତୁରତାର ସହ ମିଛ କୁହନ୍ତି ଯେ ଏବେ କେହି ତାଙ୍କ ଉପରେ ବିଶ୍ୱାସ କରୁନାହାନ୍ତି ବୋଲି ସେ କହିଛନ୍ତି।