Categories: ଜାତୀୟ

ଭାଜପାରେ ଶିବରାଜ ପାଟିଲଙ୍କ ବୋହୂ

ମୁମ୍ବାଇ,୩୧।୩: ପୂର୍ବତନ ଲୋକ ସଭା ବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ବୋହୂ ଅର୍ଚ୍ଚନା ପାଟିଲ ଚନ୍ଦୁରକର ଶନିବାର ଭାଜପାରେ ଯୋଗଦେଇଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଏବଂ ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବଓ୍ବାନକୁଲେଙ୍କ ଉପସ୍ଥିତିରେ ଅର୍ଚ୍ଚନା ପଦ୍ମ ଧରିଛନ୍ତି। ସେ ଉଦ୍‌ଗିରସ୍ଥିତ ଲାଇଫ୍‌କେୟାର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ଅଧ୍ୟକ୍ଷା ଥିବାବେଳେ ତାଙ୍କ ସ୍ବାମୀ ଶୈଳେଶ ପାଟିଲ ଚନ୍ଦୁରକର କଂଗ୍ରେସର ରାଜ୍ୟ ସମ୍ପାଦକ ଅଛନ୍ତି। ଶିବରାଜ ୨୦୦୪-୨୦୦୮ ଉପା ସରକାରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଥିଲେ। ସ୍ବାଧୀନ ଏମ୍‌ପି ନବନୀତ ରାଣା ମଧ୍ୟ ନାଗପୁରରେ ଭାଜପାରେ ସାମିଲ ହୋଇଛନ୍ତି।

Share