Categories: ଜାତୀୟ

‘ଇଣ୍ଡିଆ’ ସମନ୍ବୟ ସମିତି ବୈଠକରେ ପ୍ରଚାର, ରାଲି ନେଇ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨ା୯: ଇଣ୍ଡିଆନ୍‌ ନ୍ୟାଶନାଲ ଡେମୋକ୍ରାଟିକ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ବ୍ଲକ୍‌ ସମନ୍ବୟ ସମିତିର ପ୍ରଥମ ବୈଠକ ଆସନ୍ତା ୧୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ବାସଭବନରେ ହେବାକୁ ଥିବା ବୈଠକରେ ମେଣ୍ଟର ରଣନୀତି ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବା ସହ ଆଗାମୀ ଦିନର ପ୍ରଚାର ଏବଂ ରାଲି ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଆର୍‌ଜେଡି ନେତା ମନୋଜ ଝା ସୋମବାର କହିଛନ୍ତି। ନିକଟରେ ଶେଷ ହୋଇଥିବା ୭ ବିଧାନସଭା ଆସନର ଉପନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ୪ ଆସନ ମିଳିଥିବାବେଳେ ଭାଜପା ୩ଟିରେ ବିଜୟୀ ହୋଇଥିଲା। ଜନମତ ଇଣ୍ଡିଆ ବ୍ଲକ୍‌ ସପକ୍ଷରେ ଯାଇଥିବା ଝା କହିଛନ୍ତି।
୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ‘ଇଣ୍ଡିଆ’ର ନେତାମାନେ ମୁମ୍ବାଇ ବୈଠକରେ ୧୪ ଜଣିଆ ସମନ୍ବୟ ସମିତି ଗଠନ କରିଥିଲେ। ଏହି କମିଟି ବିରୋଧୀ ମେଣ୍ଟର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ରୂପେ କାର୍ଯ୍ୟ କରିବ।

Share