ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ଗତ ୨୪ଘଣ୍ଟାରେ ୩୮ହଜାର ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୩।୧୧: ଦେଶରେ ଏବେ ବି କରୋନା ପ୍ରକୋପ ଜାରି ରହିଛି। ଯେ ପର୍ଯ୍ୟନ୍ତ କରୋନା ମୁକାବିଲା ପାଇଁ କୌଣସି ଔଷଧ ବା ଟିକା ଆସିନାହିଁ ସେଯାଏଁ ଅବହେଳାର ପ୍ରଶ୍ନ ଉଠୁନାହିଁ। ଯାହା ଏହି ଯୁଦ୍ଧର ଏବେ ମୂଳ ଲକ୍ଷ୍ୟ ପାଲଟିଛିି। କିନ୍ତୁ ପ୍ରତିଦିନ ଦେଖାଯାଉଥିବା ନୂଆ କରୋନା ମାମଲାରେ ପୂର୍ବାପେକ୍ଷା ଏବେ ହ୍ରାସ ପାଇବାରେ ଲାଗିଛି। ଏବେ ଲଗାତର ଭାବେ ସୁସ୍ଥ ହାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୩୮,୩୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୪୯୦ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଚିହ୍ନଟଙ୍କୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୮୩ ଲକ୍ଷରେ ପହଞ୍ଚିଛି। ଏନେଇ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦେଶରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨,୬୭,୬୨୩ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭୬,୦୩,୧୨୧ସୁସ୍ଥ ହୋଇଥିବା ବେଳେ ୫,୪୧,୪୦୫ ଚିକିତ୍ସାଧିନ ରହିଛନ୍ତି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୨୩,୦୯୭ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

 

Share