Categories: ଜାତୀୟ

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୧୬।୮: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୩୨,୯୩୭ଟି ମାମଲା ସାମ୍ନାକୁ ଆସିଥିବାବେଳେ ୪୧୭ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩,୨୨,୨୫,୫୧୩ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୩, ୧୪,୧୧, ୯୨୪ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୩ ଲକ୍ଷ ୮୧ ହଜାର ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪,୩୧,୬୪୨କୁ ବୃଦ୍ଧି ପାଇଛି।

Share