Categories: ଜାତୀୟ

ଭାରତ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ ୩୩ ପ୍ରତିଶତ ହ୍ରାସ କରିଛି…

ନୂଆଦିଲ୍ଲୀ,୧୦।୮ : ଭାରତ ଗତ ୧୪ ବର୍ଷ ମଧ୍ୟରେ ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ୩୩ ପ୍ରତିଶତ ହ୍ରାସ କରି ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ଏକ ମହତ୍ତ୍ୱପୂର୍ଣ ଅବଦାନ ଜାରି ରଖିଛି। ମିଳିତ ଜାତିସଂଘର ଫ୍ରେମୱାର୍କ କନଭେନଶନ ଅଫ ଜଳବାୟୁ ପରିବର୍ତ୍ତନରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଅନୁଯାୟୀ, ୨୦୦୫ ବର୍ଷ ତୁଳନାରେ ୨୦୩୦ ସୁଦ୍ଧା ଏହାକୁ ୪୫ ପ୍ରତିଶତ ହ୍ରାସ କରିବାକୁ ହେବ। ଏହି ଲକ୍ଷ୍ୟକୁ ପୂରଣ କରିବା ଲାଗି ଭାରତ ଅତି ନିକଟତର ହେବାରେ ଲାଗିଛି। ଜାତିସଂଘକୁ ଏହି ତଥ୍ୟ ସରକାର ପଠାଇବେ।

ତୃତୀୟ ଜାତୀୟ ଯୋଗାଯୋଗ (ଟିଏନ୍ସି) ରିପୋର୍ଟର ସୂତ୍ରରୁ ପ୍ରକାଶ ୨୦୧୯ସୁଦ୍ଧା ଭାରତର ଜିଡିପିରେ ପ୍ରତ୍ୟେକ ୟୁନିଟ ବୃଦ୍ଧି ପାଇଁ ୨୦୦୫ ତୁଳନାରେ ମୋଟ ଗ୍ରୀନ ହାଉସ ଗ୍ୟାସ ନିର୍ଗମନରେ ୩୩ ପ୍ରତିଶତ ହ୍ରାସ ଘଟିଛି। ଅର୍ଥନୈତିକ ପ୍ରଗତି ପାଇଁ କେତେ ନିର୍ଗମନ ବ୍ୟବହାର କରାଯାଉଛି ତାହା ଏଥିରେ କୁହାଯାଇଛି। ନିର୍ଗମନ ହ୍ରାସ କରିବା ପାଇଁ ସେମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ବିଷୟରେ କହିବାକୁ ସମସ୍ତ ଦେଶ ଟିଏନସି ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ଏହି ରିପୋର୍ଟ ଭାରତର କେନ୍ଦ୍ର କ୍ୟାବିନେଟକୁ ପଠାଯିବ, ଯେଉଁଠାରୁ ଏହା ଜାତିସଂଘକୁ ପଠାଯିବ।

୨୦୧୪-୧୬ ମଧ୍ୟରେ ବାର୍ଷିକ ୧.୫ ପ୍ରତିଶତ ହାରରେ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ହ୍ରାସ ପାଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଥି ସହିତ, ୨୦୧୬-୧୯ ମଧ୍ୟରେ ଏହା ତିନି ପ୍ରତିଶତ ବେଗରେ ହ୍ରାସ ପାଇବା ଆରମ୍ଭ କରିଛି। ଅର୍ଥାତ ହ୍ରାସର ଗତି ବୃଦ୍ଧି ପାଇଛି ।

ଜଣେ ଅଧିକାରୀ ଦାବି କରିଛନ୍ତି ନିର୍ଗମନ ହ୍ରାସ ସତ୍ତ୍ୱେ ଭାରତୀୟ ଅର୍ଥନୀତି ବୃଦ୍ଧି ପାଉଛି। ଏହା ଏକ ସଙ୍କେତ ଭାରତ ନିର୍ଗମନ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଜାରି ରଖିଛି।

Share