ନୂଆଦିଲ୍ଲୀ,୯।୯: ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଗୁରୁବାର ପରଲୋକ ଘଟିଛି। ତେବେ ତାଙ୍କ ବିୟୋଗରେ ଆସନ୍ତା ୧୧ ତାରିଖରେ ଭାରତ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରିବ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ବିଟ୍ରେନ ସହ ଭାରତର ଭଲ ସମ୍ପର୍କ ଥିବାରୁ ମହାରାଣୀଙ୍କ ବିୟୋଗରେ ଭାରତ ଶୋକ ପ୍ରକାଶ କରିଛି। ଫଳରେ ରବିବାର ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏଥିସହ ଜାତୀୟ ପତାକା ଅର୍ଦ୍ଧନମିତ କରାଯିବ। ଉକ୍ତ ଦିନରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯିବ ନାହିଁ।