ଡବଲିନ୍,୨୭।୬: ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ରେ ଭାରତ ଆୟାରଲାଣ୍ଡକୁ ୭ ଉଇକେଟ୍ରେ ପରାସ୍ତ କରିଛି। ବର୍ଷା ହେତୁ ପ୍ରାୟ ଅଢେଇ ଘଣ୍ଟା ବିଳମ୍ବରେ ମ୍ୟାଚ ଆରମ୍ଭ ହୋଇଥିଲା । ଅମ୍ପାୟାର ଓଭର କାଟି ମ୍ୟାଚକୁ ୧୨-୧୨ ଓଭରରେ କରିଥିଲେ। ପ୍ରଥମେ ବ୍ୟାଟିଂ କରି ଆୟାରଲାଣ୍ଡ ୧୨ ଓଭରରେ ଚାରି ଉଇକେଟ ହରାଇ ୧୦୮ ରନ ସଂଗ୍ରହ କରିଥିଲା। ହ୍ୟାରି ଟେକ୍ଟର ଚମତ୍କାର ବ୍ୟାଟିଂ କରି ୬୪ ରନ୍ରେ ଅପରାଜିତ ରହିଥିଲେ।
ଏହାର ଜବାବରେ ଭାରତୀୟ ଦଳ ୯.୨ ଓଭରରେ ୩ଟି ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରି ମ୍ୟାଚ ଜିତିଥିଲା। ଦୀପକ ହୁଡା ୨୯ ବଲରୁ ୪୭ ରନରେ ଅପରାଜିତ ରହିଥିଲେ। ଏହି ବିଜୟ ସହିତ ଟିମ ଇଣ୍ଡିଆ ଆୟାରଲାଣ୍ଡ ବିପକ୍ଷରେ ୧-୦ ଅଗ୍ରଣୀ ହାସଲ କରିଛି। ସିରିଜର ପରବର୍ତ୍ତୀ ମ୍ୟାଚ ମଙ୍ଗଳବାର ଖେଳାଯିବ।