Categories: ଖେଳ

ନେପାଳକୁ ୨୩ ରନ୍‌ରେ ପରାସ୍ତ କରି ସେମିଫାଇନାଲରେ ଭାରତ

ହାଙ୍ଗଝୋ,୩।୧୦: ଭାରତୀୟ କ୍ରିକେଟ ଦଳ ଏସିଆନ ଗେମ୍ସ ୨୦୨୩ରେ ସେମିଫାଇନାଲରେ ପ୍ରବେଶ କରିଛି। ଆଜି ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ନେପାଳକୁ ୨୩ ରନରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଭାରତୀୟ ଦଳର ବିଜୟର ହିରୋ ଥିଲେ ଯଶସୀ ଜୟସ୍ବାଲ। ସେ ଶତକ ହାସଲ କରିଥିଲେ। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନେପାଳକୁ ୨୦୩ ରନ୍‌ର ଟାର୍ଗେଟ୍‌ ଦେଇଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍‌ ହରାଇ ୨୦୨ ରନ୍‌ କରଥିଲା। ଜବାବରେ ନେପାଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍‌ ହରାଇ ୧୭୯ ରନ୍‌ କରିଥିଲା।
ଚାଇନାର ହାଙ୍ଗଜୋ ସହରରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରୁତୁରାଜ ଗାଏକ୍ୱାଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିଥିଲେ। ଭାରତୀୟ ଦଳ ଏକ ଶକ୍ତିଶାଳୀ ଆରମ୍ଭ କରିଥିଲା ଏବଂ ପ୍ରଥମ ଉଇକେଟ ପାଇଁ ଯଶସୀ ଏବଂ ରୁତୁରାଜଙ୍କ ମଧ୍ୟରେ ୧୦୩ ରନ ଭାଗିଦାରୀ ହୋଇଥିଲା। ୨୩ଟି ବଲରେ ୨୫ ରନ ସ୍କୋର କରିବା ପରେ ଏଠାରେ ରୁତୁରାଜ ଆଉଟ ହୋଇଥିଲେ। ଏହା ପରେ ଭାରତ ଖୁବ ଶୀଘ୍ର ତିଲକ ବର୍ମା (୨) ଏବଂ ଉଇକେଟ କିପର ଜିତେଶ ଶର୍ମା (୫)କୁ ହରାଇଥିଲା। ତେବେ ଯଶସ୍ବୀଙ୍କ ବିସ୍ଫୋରକ ବ୍ୟାଟିଂ ଅନ୍ୟ ପଟରୁ ଜାରି ରହିଥିଲା। ୪୯ ବଲରେ ୧୦୦ ରନ ସ୍କୋର କରିବା ପରେ ଯଶସ୍ବୀ ଜୟସ୍ବାଲ ଆଉଟ ହୋଇଥିଲେ।

Share