Categories: ଖେଳ

ପାକିସ୍ତାନକୁ ଶୋଚନୀୟ ପରାସ୍ତ କଲା ଭାରତ

ହାଙ୍ଗଝୋ,୨୬।୯: ଏସିଆନ ଗେମ୍ସ ୨୦୨୩ର ତୃତୀୟ ଦିନରେ ମଙ୍ଗଳବାର ଭାରତର ସ୍କ୍ବାସ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଦଳ ଇଣ୍ଡିଆ ସ୍କ୍ବାସରେ ପାକିସ୍ତାନକୁ ୩-୦ରେ ପରାସ୍ତ କରିଛି। ଭାରତର ତନଭି ଖାନ୍ନା, ଜୋଶନା ଚାଇନାପ୍ପା ଏବଂ ଅନାହତ ସିଂ ଏକ ଚମତ୍କାର ବିଜୟ ହାସଲ କରିଛନ୍ତି। ଟିମ ଇଣ୍ଡିଆରେ ବର୍ତ୍ତମାନ ମୋଟ ୧୧ଟି ପଦକ ରହିଛି। ଏଥିରେ ୨ଟି ସ୍ବର୍ଣ୍ଣ ପଦକ ସାମିଲ ଅଛି।
ଭାରତର ଯୁବ ଖେଳାଳି ଅନାହାତ ଦୃଢ ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ମ୍ୟାଚରେ ପାକିସ୍ତାନର ସାଦିଆ ଗୁଲଙ୍କୁ ୩-୦ରେ ପରାସ୍ତ କରିଥିଲେ। ଅନାହତ୍‌ ୧୧-୬, ୧୧-୬ ଏବଂ ୧୧-୩ମ୍ୟାଚ ଜିତିଥିଲେ। ଦ୍ୱିତୀୟ ମ୍ୟାଚରେ ଜୋଶନାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଦ୍ୱିତୀୟ ମ୍ୟାଚରେ ଜୋଶନା ପାକିସ୍ତାନର ନୁର ଉଲ ହକ ସାଦିକଙ୍କୁ ପରାସ୍ତ କରିଛନ୍ତି। ସେ ଏହି ମ୍ୟାଚ ୧୧-୨, ୧୧-୫ ଏବଂ ୧୧-୭ ରେ ଜିତିଥିଲେ।
ତନଭି ଖାନ୍ନା ଭାରତର ତୃତୀୟ ମ୍ୟାଚ ଜିତିଥିଲେ। ଏବେ ଟିମ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ ନେପାଳ ସହିତ ହେବ। ଏହି ମ୍ୟାଚ ବୁଧବାର ସକାଳ ୭.୩୦ ରୁ ଖେଳାଯିବ। ଟିମ ଇଣ୍ଡିଆ ଦୁଇଟି ଗ୍ରୁପ ମ୍ୟାଚ ଖେଳିବ।

Share