ଆଫଗାନିସ୍ତାନକୁ ୫୦ ହଜାର ମେଟ୍ରିକ୍‌ ଟନ୍‌ ଶସ୍ୟ, ୨୦୦ ଟନ୍‌ ଔଷଧ ପଠାଇଲା ଭାରତ

କାବୁଲ,୧୨।୯: ଭାରତ ମିଳିତ ଜାତିସଂଘରେ ସୂଚନା ଦେଇ କହିଛି ଯେ, ଭାରତ ଆଫଗାନିସ୍ତାନର ପଡୋଶୀ ଏବଂ ବିକାଶ ସହଯୋଗୀ। ଉଭୟ ଦେଶ ଐତିହାସିକ ସଭ୍ୟତା। ଆମେ ଆଫଗାନିସ୍ତାନରେ ଶାନ୍ତି ଏବଂ ସ୍ଥାୟିତ୍ୱର ସମର୍ଥକ ଏବଂ ଆଫଗାନିସ୍ତାନରେ ମାନବ ଅଧିକାର ବିକାଶ କାର୍ଯ୍ୟର ତଦାରଖ କରୁଛୁ।

ମିଳିତ ଜାତିସଂଘର ୫୪ତମ ମାନବ ଅଧିକାର ପରିଷଦ ବୈଠକରେ ଭାରତ କହିଛି, ଆଫଗାନିସ୍ତାନକୁ ଆମେ ୫୦ ହଜାର ମେଟ୍ରିକ୍‌ ଟନ୍‌ ଶସ୍ୟ, ୨୮ ଟନ୍‌ ବିପର୍ଯ୍ୟୟ ପ୍ରଶମନ ପ୍ୟାକେଜ, ୨୦୦ ଟନ୍‌ ଔଷଧ, ଟିକା ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ପଠାଇଛୁ। ମିଳିତ ଜାତିସଂଘର ମାନବାଧିକାର କାର୍ଯ୍ୟରେ ଭାରତ ଏକ ଅଂଶୀଦାର, ଯେଉଁ ଅଧୀନରେ ଆଫଗାନିସ୍ତାନର ମହିଳା ପୁନର୍ବାସ କେନ୍ଦ୍ରକୁ ୧୧ ହଜାର ୟୁନିଟ ମହିଳା ସ୍ବାସ୍ଥ୍ୟ କିଟ୍‌ ଏବଂ କମ୍ବଳ ମଧ୍ୟ ପଠାଯାଇଛି।

Share