Posted inଜାତୀୟ

କଳାଧନ କୁଆଡ଼େ ଗଲା

ନୂଆଦିଲ୍ଲୀ,୩୧।୩: ଦେଶରୁ କଳାଧନ ଲୋପ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୨୦୧୬ରେ ବିମୁଦ୍ରୀକରଣ ଘୋଷଣା କରିଥିଲେ। କେନ୍ଦ୍ରର ଏହି ନିଷ୍ପତ୍ତି ଯୋଗୁ ଦେଶରେ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଗଲା ଏବଂ ଦେଶବାସୀ ବହୁ ଦିନ ପର୍ଯ୍ୟନ୍ତ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେ। ବିମୁଦ୍ରୀକରଣ ଯୋଗୁ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ମଧ୍ୟରୁ ୯୮ ପ୍ରତିଶତ ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ଫେରିଥିଲା। ତେବେ ଏହାଦ୍ୱାରା କଳାଧନ କିପରି ଲୋପ ପାଇଲା ବୋଲି ସୁପ୍ରିମକୋର୍ଟର ବିଚାରପତି ବି.ଭି. ନାଗରତ୍ନା ପ୍ରଶ୍ନ କରିଛନ୍ତି।

ଗତବର୍ଷ ଜାନୁଆରୀ ୨ରେ ସୁପ୍ରିମକୋର୍ଟଙ୍କ ବିମୁଦ୍ରୀକରଣ ରାୟକୁ ସେତେବେଳେ ଜଷ୍ଟିସ୍‌ ନାଗରତ୍ନା ବିରୋଧ କରିଥିଲେ। ହାଇଦ୍ରାବାଦରେ ଶନିବାର ନାଲ୍‌ସାର ଆଇନ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ‘ଅଦାଲତ ଓ ସମ୍ବିଧାନ ସମ୍ମିଳନୀ,୨୦୨୪’ରେ ଉଦ୍‌ବୋଧନ ଦେଇ ଜଷ୍ଟିସ ନାଗରତ୍ନା ସୁପ୍ରିମକୋର୍ଟଙ୍କ ୨୦୨୩ର ବିମୁଦ୍ରୀକରଣ ରାୟ ସମ୍ପର୍କରେ ମତ ରଖିଥିଲେ। କେନ୍ଦ୍ର ସରକାରଙ୍କ ନୋଟ୍‌ବନ୍ଦୀ ପଦକ୍ଷେପ ସହ ସେ ସହମତ ନ ଥିଲେ। ଫଳରେ ୫ ଜଣିଆ ସାମ୍ବିଧାନିକ ପୀଠରେ କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ୪:୧ ସଂଖ୍ୟାଗରିଷ୍ଠତାରେ କାଏମ ରହିଥିଲା। ତେବେ ଉକ୍ତ ବିମୁଦ୍ରୀକରଣ ମାମଲା ଶୁଣାଣିରେ ସେ ସାମ୍ବିଧାନିକ ପୀଠରେ ସାମିଲ ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।

ଜଷ୍ଟିସ୍‌ ନାଗରତ୍ନା ଆହୁରି କରିଛନ୍ତି, ୨୦୧୬ରେ ଯେତେବେଳେ ବିମୁଦ୍ରୀକରଣ ହେଲା, ସେତେବେଳେ ମୋଟ ପ୍ରଚଳିତ ମୁଦ୍ରାର ୮୬ ପ୍ରତିଶତ ଥିଲା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌। ମୁଁ ଭାବୁଛି ସରକାର ଏନେଇ ଅବଗତ ନ ଥିଲେ ବୋଲି ନାଗରତ୍ନା କହିଛନ୍ତି। ନୋଟ୍‌ବନ୍ଦୀ ଯୋଗୁ ଯଦି ୯୮ ପ୍ରତିଶତ ଅଚଳ ନୋଟ୍‌ ରିଜର୍ଭ ବ୍ୟାଙ୍କକୁ ଫେରିଲା, ତେବେ କଳାଧନ କୁଆଡ଼େ ଗଲା? ବିମୁଦ୍ରୀକରଣ ଲକ୍ଷ୍ୟ ହାସଲରେ ଆମେ କେଉଁଠି ବୋଲି ବିଚାରପତି ପ୍ରଶ୍ନ ଉଠାଇଛନ୍ତି।

ଯେତେବେଳେ ଦେଶରେ ନୋଟ୍‌ବନ୍ଦୀ ହେଲା କଳାଧନକୁ ଧଳା କରିବା ପାଇଁ ଏହା ଏକ ଭଲ ପଦକ୍ଷେପ ବୋଲି ସେତେବେଳେ ନାଗରତ୍ନା ଭାବୁଥିଲେ। ଏହାଦ୍ୱାରା ହିସାବ ବହିର୍ଭୂତ ଟଙ୍କା ବ୍ୟବସ୍ଥା ମଧ୍ୟକୁ ଆସିପାରିବ। ଏହା ପରେ ଆୟକର ବିଭାଗ କ’ଣ କାର୍ଯ୍ୟାନୁଷ୍ଠାନ ନେଲା, ତାହା ଆମେ ଜାଣୁନାହିଁ। ସାଧାରଣ ଲୋକଙ୍କ ଏହି ପୂର୍ବାନୁମାନ ବାସ୍ତବରେ ମୋତେ ବିଚଳିତ କରିଥିଲା ଓ ମୁଁ ନିଷ୍ପତ୍ତିରେ ସହମତ ହୋଇ ନ ଥିଲି। ଯେଉଁଭଳି ଭାବରେ ବିମୁଦ୍ରୀକରଣ ହେଲା, ତାହା ଠିକ୍‌ ନ ଥିଲା ବୋଲି ଜଷ୍ଟିସ୍‌ ନାଗରତ୍ନା କହିଛନ୍ତି। ବିମୁଦ୍ରୀକରଣରେ ଆଇନ ଅନୁଯାୟୀ କୌଣସି ନିଷ୍ପତ୍ତି ନେବା ପ୍ରକ୍ରିୟା ହୋଇ ନ ଥିଲା। ଏପରିକି ତତ୍କାଳୀନ ଅର୍ଥମନ୍ତ୍ରୀ ମଧ୍ୟ ବିମୁଦ୍ରୀକରଣ ବିଷୟରେ ଅବଗତ ନ ଥିଲେ ବୋଲି ସେତେବେଳେ କେତେଜଣ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାବା ସିଦ୍ଦିକୀଙ୍କ ଆସନରୁ ନିର୍ବାଚନ ଲଡିବେ ଲରେନ୍ସ? କିଣାହେଲା ପ୍ରାର୍ଥିପତ୍ର

ମୁମ୍ବାଇ,୨୬।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ଉତ୍ତର ଭାରତୀୟ ବିକାଶ ସେନା ନାମକ ଏକ ରାଜନୈତିକ ଦଳ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ଫର୍ମ ଏ...

ଯମୁନା ନଦୀରେ ବୁଡ ପକାଇବା ପରେ ଅସୁସ୍ଥ ହେଲେ ଦିଲ୍ଲୀ ଭାଜପା ଅଧ୍ୟକ୍ଷ, ଏଏପି କହିଲା ନାଟକ

ନୂଆଦିଲ୍ଲୀ,୨୬।୧୦: ଦିଲ୍ଲୀ ଭାଜପା ସଭାପତି ବିରେନ୍ଦ୍ର ସଚ୍ଚେଦେବାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ଆରଏମଏଲ ନର୍ସିଂହୋମରେ ଭର୍ତ୍ତି କରାଯାଇଛି। ଦୁଇ ଦିନ ପୂର୍ବେ ଦିଲ୍ଲୀ...

ମମତାଙ୍କ ବଡ଼ ଦାବି, ଦୀପାବଳି ପୂର୍ବରୁ ପଶ୍ଚିମବଙ୍ଗରେ ହେବ ଦଙ୍ଗା ସହ ବିସ୍ଫୋରଣ

କୋଲକାତା,୨୬।୧୦: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋଲିସକୁ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ଅନୁରୋଧ କରିଛନ୍ତି କାରଣ ସେ କହିଛନ୍ତି ଯେ ଆଗାମୀ ପର୍ବରେ କିଛି ସାମାଜିକ...

ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ଗଣବଳାତ୍କାର

ଭୋପାଳ,୨୬ା୧୦: ମଧ୍ୟପ୍ରଦେଶରେ ଦୁଇଟି ଜଘନ୍ୟ ବଳାତ୍କାର ସାମ୍ନାକୁ ଆସିଛି। ଗୋଟିଏ ଦେଶର ‘ସବୁଠୁ ସ୍ବଚ୍ଛ ସହର’ ଇନ୍ଦୋରରେ ଏବଂ ଅନ୍ୟଟି ରଓ୍ବୋରେ ଘଟିଛି। ରଓ୍ବୋ ମାମଲାରେ...

ଶାହାଙ୍କ ଉପରେ ପୁରସ୍କାର ଘୋଷଣା କଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ସିଆର୍‌ପିଏଫ୍‌ ସ୍କୁଲ ବନ୍ଦ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୨୫ା୧୦ : ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ମୁଖ୍ୟ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା ଲାଗିଛି। ବାରାଣସୀ କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି। ତେବେ ଜ୍ଞାନବାପିର ଏଏସ୍‌ଆଇ ସର୍ଭେ...

କିଏ ନେବେ ରତନ ଟାଟାଙ୍କ ଅତିପ୍ରିୟ ‘ଟିଟୋ’ର ଯତ୍ନ, ସାମ୍ନାକୁ ଆସିଲା ଏହି ନାମ

ମୁମ୍ବାଇ,୨୫।୧୦: ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ମାନିତ ଚେୟାରମ୍ୟାନ ରତନ ଟାଟାଙ୍କ ଅକ୍ଟୋବର ୯ରେ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri