Categories: ଜାତୀୟ

ଜମ୍ମୁ-କଶ୍ମୀର ଆକାଶରେ ଉଡିବ ମିଗ-୨୯, ବଢିବ ଚାଇନା-ପାକିସ୍ତାନର ଚିନ୍ତା

ନୂଆଦିଲ୍ଲୀ,୧୨।୮: ଭବିଷ୍ୟତର ନିରାପତ୍ତାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ଏକ ବଡ ନିଷ୍ପତ୍ତି ନେଇଛି। ଜାମ୍ମୁ କାଶ୍ମୀର ଭଳି ରଣନୈତିକ କ୍ଷେତ୍ରରେ ପ୍ରତିରକ୍ଷା ସ୍ଥିତିକୁ ମଜବୁତ କରିବା ଲକ୍ଷ୍ୟରେ ବାୟୁସେନା ଶ୍ରୀନଗର ବିମାନବନ୍ଦରରେ ଉନ୍ନତ ମିଗ-୨୯ ଯୁଦ୍ଧ ବିମାନର ଏକ ସ୍କ୍ବାଡ୍ରନ ନିୟୋଜିତ କରିଛି।
ଜାମ୍ମୁ କାଶ୍ମୀର ପାକିସ୍ତାନ-ଚାଇନା ସୀମାରେ ଅବସ୍ଥିତ। ଏଭଳି ପରିସ୍ଥିତିରେ ଏଠାରେ ଏୟାରବେସରେ ଯୁଦ୍ଧ ବିମାନର ନିୟୋଜନ ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା। ପାକିସ୍ତାନ ସହ ଭାରତର ଉତ୍ତର ସୀମାକୁ ଜଗି ରହିଥିବା ଟ୍ରାଇଡେଣ୍ଟସ ସ୍କ୍ବାଡ୍ରନ ଶ୍ରୀନଗରର ଏହି ବେସରେ ମୁତୟନ କରାଯାଇଛି। ଟ୍ରାଇଡେଣ୍ଟସ ସ୍କ୍ବଡ୍ରାନକୁ ସେନାରେ ‘ଡିଫେଣ୍ଡର ଅଫ ଦି ନର୍ଥ’ ମଧ୍ୟ କୁହାଯାଏ।

Share