Categories: ଜାତୀୟ

ଦେଶର ବାଣିଜ୍ୟ ବୁଝାମଣାରେ ଏକ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୩:ଭାରତ ଏବଂ ଇଏଫ୍‌ଟିଏ(ୟୁରୋପିଆନ୍‌ ଫ୍ରି ଟ୍ରେଡ୍‌ ଆସୋସିଏଶନ) ମଧ୍ୟରେ ରବିବାର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଦେଶର ବାଣିଜ୍ୟ ବୁଝାମଣାରେ ଏହା ଏକ ବଡ଼ ସଫଳତା। ୪ ୟୁରୋପୀୟ ରାଷ୍ଟ୍ର ଗୋଷ୍ଠୀ ଇଏଫ୍‌ଟିଏ ସହ ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହେବା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁକ୍ତ, ଅବାଧ ଏବଂ ନ୍ୟାୟସଙ୍ଗତ ବାଣିଜ୍ୟ ପାଇଁ ପ୍ରତିବଦ୍ଧତାକୁ ଏହା ସୂଚାଉଛି। ଇଏଫଟିଏରେ ଆଇସଲାଣ୍ଡ, ଲିଚ୍‌ଟେନଷ୍ଟାଇନ, ନରଓ୍ବେ ଏବଂ ସୁରଜରଲାଣ୍ଡ ରହିଛନ୍ତି। ଭାରତ ଏହିସବୁ ଦେଶକୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇଦେବା ସହ ଶିଳ୍ପ ଓ ବାଣିଜ୍ୟକୁ ସୁଗମ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚୁକ୍ତିନାମା ଅନୁଯାୟୀ ଇଏଫ୍‌ଟିଏ ରାଷ୍ଟ୍ରଗୋଷ୍ଠୀ ଆଗାମୀ ୧୫ ବର୍ଷରେ ଭାରତରେ ୧୦୦ ବିଲୟନ ଡଲାର ନିବେଶ କରିବାର ପ୍ରତିଶ୍ରୁତି ଦେଇଛନ୍ତି।

Share