ଭାରତ-ଇଜିପ୍ଟ ପ୍ରତିରକ୍ଷା ଏମ୍‌ଓୟୁ

କାଇରୋ,୨୧ା୯: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଇଜିପ୍ଟ ଗସ୍ତ ଅବସରରେ ମଙ୍ଗଳବାର ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବୃଦ୍ଧି ଲାଗି ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ୩ ଦିନିଆ ଗସ୍ତରେ ଯାଇଥିବା ରାଜନାଥ ତାଙ୍କ ଇଜିପ୍ଟ ପ୍ରତିପକ୍ଷ ମହମ୍ମଦ ଜକିଙ୍କ ସହ ପ୍ରତିରକ୍ଷା ସହଯୋଗ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ମିଳିତ ସମରାଭ୍ୟାସ, ଆତଙ୍କବାଦ ନିରୋଧୀ ଅଭିଯାନ ଲାଗି ପ୍ରଶିକ୍ଷକ ବିନିମୟ ଆଦି ପ୍ରସଙ୍ଗରେ ସହମତି ପ୍ରକାଶ ପାଇଥିବା ରାଜନାଥ ଟୁଇଟ୍‌ କରିଛନ୍ତି।

Share