Posted inଖେଳ

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି୨୦ ଆଜି:ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଚେନ୍ନାଇ, ୨୫।୧ (ପି.ଟି.):ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ଆହତ ସମସ୍ୟାରୁ ମୁକୁଳିବାପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଦ୍ରୁତ ବୋଲର ମହମ୍ମଦ ଶାମି ପ୍ରଥମ ମ୍ୟାଚରେ ସୁଯୋଗ ପାଇ ନ ଥିଲେ। ଫଳରେ ତାଙ୍କ ଫିଟ୍‌ନେସକୁ ନେଇ ପ୍ରଶ୍ନ ଉଠିଥିଲା। ପ୍ରଥମ ଟି୨୦ରେ ଭାରତ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ୭ ଉଇକେଟରେ ସହଜ ବିଜୟ ହାସଲ କରିଥିଲା। ଦ୍ୱିତୀୟ ଟି୨୦ରେ ମଧ୍ୟ ସେହିପ ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିବ ଘରୋଇ ଦଳ। ଏପରିସ୍ଥିତିରେ ଶାମି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଉଛନ୍ତି କି ନାହିଁ ତା ଉପରେ ନଜର ରହିବ। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀଲାଭ କରିଛି।
୩୪ ବର୍ଷୀୟ ଶାମି ନେଟ୍ସରେ ଯେପରି ଆକ୍ଟିଭ ଥିଲେ ପ୍ରଥମ ଟି୨୦ରେ ଖେଳିବେ ବୋଲି ଅନୁମାନ କରାଯାଉଥିଲା। ମାତ୍ର ତାହା ହୋଇ ନ ଥିଲା। କୋଲକାତା ମ୍ୟାଚରେ ଭାରତ ତାଙ୍କ ଅନୁପସ୍ଥିତି ମଧ୍ୟ ଅନୁଭବ କରି ନ ଥିଲା। ଅର୍ଶଦୀପ ସିଂ ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିବାବେଳେ ମିଡିଲ ଅର୍ଡରରେ ବରୁଣ ଚକ୍ରବର୍ତ୍ତୀ ଚମତ୍କାର ବୋଲିଂ କରି ଇଂଲଣ୍ଡକୁ ବଡ଼ ସ୍କୋର କରିବାକୁ ଦେଇ ନ ଥିଲେ। ଶାମି ଯଦି ସ୍ଥାନ ପାଆନ୍ତି ତେବେ ନୀତୀଶ କୁମାର ରେଡ୍ଡୀଙ୍କୁ ବାହାରେ ବସିବାକୁ ପଡ଼ିପାରେ। ଚେପକ୍‌ରେ ପିଚ୍‌ ସ୍ପିନରଙ୍କୁ ସୁହାଇବା ସମ୍ଭାବନା ରହିଛି। ଅତୀତରେ ମଧ୍ୟ ତାହା ହୋଇଛି। ଏପରିସ୍ଥଳେ ବରୁଣ, ଅକ୍ଷର ପଟେଲ ଓ ରବି ବିଷ୍ଣୋଇଙ୍କୁ ନେଇ ଭାରତୀୟ ଲାଇନ୍‌ଅପ୍‌ରେ କ୍ୱାଲିଟି ଏବଂ ଭେରାଇଟି ଥିବାରୁ ଇଂଲଣ୍ଡ ପୁଣି ଅସୁବିଧାରେ ପଡ଼ିପାରେ। ଇଂଲଣ୍ଡ କ୍ଷେତ୍ରରେ ଭାରତୀୟ ବ୍ୟାଟରଙ୍କୁ ଅସୁବିଧାରେ ପକାଇବାପାଇଁ ହେଲେ ଅଭିଜ୍ଞ ଆଦିଲ ରଶିଦ ଓ ଲିଆମ ଲିଭିଂଷ୍ଟୋନଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ପ୍ରଥମ ଟି୨୦ରେ ଜୋଫ୍ରା ଆର୍ଚରଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଇଂଲଣ୍ଡ ଦ୍ରୁତ ବୋଲର ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ପ୍ରଭାବୀ ହୋଇ ପାରି ନ ଥିଲେ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ପୁଣି ଇନିଂସ ଓପନ କରିବା ଏକପ୍ରକାର ନିଶ୍ଚିତ। ତେବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଫର୍ମକୁ ଫେରିବା ଆବଶ୍ୟକ ହେଉଛି।
ଚେପକ୍‌ ପିଚ୍‌କୁ ଦୃଷ୍ଟିରେ ରଖି ଇଂଲଣ୍ଡ ଯୁବ ଲେଗ୍‌ ସ୍ପିନର ରେହନ ଅହମଦଙ୍କୁ ଦଳରେ ନେବାକୁ ଚିନ୍ତା କରିପାରେ। ଏହା ବ୍ୟତୀତ ଗସ୍‌ ଆଟକିନସନଙ୍କ ସ୍ଥାନରେ ଡାହାଣହାତୀ ପେସର ବ୍ରେଡନ କର୍ସଙ୍କୁ ଦଳରେ ସାମିଲ ସାମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭:୦୦ ଟାରେ ଆରମ୍ଭ ହେବ। ଟସ ଏହାର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ସନ୍ଧ୍ୟା ୬:୩୦ରେ ହେବ। ଏହି ସିରିଜର ପ୍ରସାରଣ ଅଧିକାର ଷ୍ଟାର ସ୍ପୋର୍ଟସ ପାଖରେ ଅଛି। ସିରିଜର ପ୍ରଥମ ମ୍ୟାଚ୍‌ର ଲାଇଭ ଷ୍ଟ୍ରିମିଂ କେଉଁଠାରେ ଉପଲବ୍ଧ ହେବ। Disney+ Hostar ରେ ଅନଲାଇନରେ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Japan Earthquake: ଭୂକମ୍ପ ଝଟ୍‌କାରେ ପୁଣି ଥରିଲା ଜାପାନ, ୬.୦ ତୀବ୍ରତା ଯୋଗୁ ଲୋକେ ଆତଙ୍କିତ

ଟୋକିଓ,୨।୪: ମଙ୍ଗଳବାର ରାତିରେ ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି (NCS) ଅନୁଯାୟୀ, ରିକ୍ଟର ସ୍କେଲରେ...

ସାବଧାନ! ଆଇସକ୍ରିମ-କୋଲ୍ଡ ଡ୍ରିଙ୍କ୍ସରେ ମିଳିଲା ଡିଟରଜେଣ୍ଟ ପାଉଡର, ହାଡ଼ ଦୁର୍ବଳ କରୁଥିବା ରାସାୟନିକ ପଦାର୍ଥ

କଟକ,୨।୪: କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ବିଭାଗ (FDA) ଦ୍ୱାରା ଏକ ଆଶ୍ଚର୍ଯ୍ୟଜନକ ଖାଦ୍ୟ ସୁରକ୍ଷା ତଦନ୍ତରେ ବେଙ୍ଗାଲୁରୁରେ ଆଇସକ୍ରିମ ଏବଂ ଥଣ୍ଡା...

ବେଆଇନ ମଦ କାରବାର ବିରୋଧରେ ଜନ ଆନ୍ଦୋଳନ: ୪ ମଦ ଦୋକାନ ସିଲ କଲା ପୋଲିସ

ଦିଗପହଣ୍ଡି/ସାନଖେମୁଣ୍ଡି,୨।୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମର ମେଡ଼ିକାଲ ଛକ, ବଜାର ଛକ ସମେତ ଗାଁ’ର ଗଳିକନ୍ଦିରେ ବେଆଇନ ଭାବେ...

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପରେ ତାଲା: ତେଜିଲା ଚାଷୀ ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ବରଗଡ଼, ୨।୪(ପ୍ରେମାନନ୍ଦ ଖମାରୀ) – ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ମଡାଇବା ପାଇଁ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ମାତ୍ର ଜିଲାର...

ଦେଶବ୍ୟାପୀ UPI ଡାଉନ୍: ପେମେଣ୍ଟ କରିବାକୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ୟୁଜର

ନୂଆଦିଲ୍ଲୀ,୨।୪: UPI ସର୍ଭର ଡାଉନ ହେବାରୁ ଦେଶବ୍ୟାପୀ ଅନଲାଇନ୍ ପେମେଣ୍ଟ କରିବାରେ ୟୁଜରମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୁଗୁଲ୍ ପେ, ପେଟିଏମ୍ ଏବଂ ଷ୍ଟେଟ୍ ବ୍ୟାଙ୍କ...

୧୦ ଫୁଟ ତଳକୁ ଖସିପଡ଼ିଲା କାର୍‌: ବାଇକ୍‌ ଶୋ’ରୁମ୍‌ ମ୍ୟାନେଜରଙ୍କ ମୃତ୍ୟୁ,ଡ୍ରାଇଭର ଗୁରୁତର

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ୧୬ ନମ୍ବର ଜାତୀୟ ରାଜପଥ ସୁକନ୍ୟା ଢାବା ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ୧୦ ଫୁଟ...

ବାରବାଟୀରେ ଅନୁଷ୍ଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

କଟକ,୨।୪: ଓଡ଼ିଶାର କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ବାରବାଟୀ ଷ୍ଟାଡିୟମରେ ଖୁବଶୀଘ୍ର ଟି-୨୦ ମ୍ୟାଚ୍ ଦେଖିବାର ସୁଯୋଗ ମିଳିବ। କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ...

ନକଲିକୁ ଧରିଲା ଅସଲି ପୋଲିସ: ହୋମଗାର୍ଡ ଚାକିରି ଦେବାକୁ କହି ୩୦ରୁ ୪୦ ଆଶାୟୀଙ୍କୁ ଠକେଇ

କଟକ,୨।୪: କମିଶନରେଟ୍ ପୋଲିସର କଟକ ପୋଲିସ ବିଭାଗରେ ବିଭିନ୍ନ ପ୍ରକାରର ପଦବୀରେ ନିଯୁକ୍ତି ଦେବା ବାହାନାରେ ଚାକିରି ଆଶାୟୀମାନଙ୍କୁ ଠକୁଥିବା ଜଣେ ନକଲି ପୋଲିସ ଇନସପେକ୍ଟରଙ୍କୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image