Advertisement
Categories: ଖେଳ

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ଟସ୍‌ ଜିତିଲା ଭାରତ

ଲିଡ୍ସ,୨୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ହେଡିଙ୍ଗଲେ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ଟେଷ୍ଟରେ ଭାରତୀୟ ଦଳ ଅପରିବର୍ତ୍ତିତ ରହିଛି। ଲର୍ଡସରେ ଜବରଦସ୍ତ ବିଜୟ ହାସଲ କରିଥିବା ଟିମ ଇଣ୍ଡିଆ ଏହି ସିରିଜରେ ୧-୦ ଆଗରେ ରହିଛି। ତୃତୀୟ ଟେଷ୍ଟରେ ମଧ୍ୟ ଭାରତୀୟ ଅଧିନାୟକ ବିରାଟ କୋହଲି ୪ଟି ଦ୍ରୁତ ବୋଲରଙ୍କ ସହ ପଡିଆକୁ ଓହ୍ଲାଇଛନ୍ତି।
ଏହି ଗ୍ରାଉଣ୍ଡରେ ଭାରତର ରେକର୍ଡ ମଧ୍ୟ ଭଲ ରହିଛି। ଗତ ୫୪ ବର୍ଷ ମଧ୍ୟରେ ଟିମ ଇଣ୍ଡିଆ ଏହି ଗ୍ରାଉଣ୍ଡରେ ହାରିନାହିଁ । ୧୯୬୭ରେ ତାଙ୍କୁ ଶେଷ ଥର ପାଇଁ ପରାଜୟର ସାମ୍ନା କରିବାକୁ ପଡିଲା। ୨୦୦୨ ରେ ହେଡିଙ୍ଗଲିରେ ଟିମ ଇଣ୍ଡିଆ ଶେଷ ଟେଷ୍ଟ ଖେଳିଥିଲା । ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆୟୋଜକଙ୍କୁ ୪୬ ଇନିଂସରେ ପରାସ୍ତ କରିଥିଲା। ୨୦୦୨ ପୂର୍ବରୁ, ୧୯୮୬ରେ ମଧ୍ୟ ଭାରତ ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ ଜିତିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel