Categories: ଖେଳ

ଓମାନକୁ ୧୭-୦ରେ ହରାଇ ସେମିଫାଇନାଲ୍‌ରେ ଭାରତ

ସାଲାଲା(ଓମାନ),୨୯।୫: ଜୁନିୟର ଏସିଆ କପ ପୁରୁଷ ହକିରେ ରବିବାର ଭାରତ ୧୭-୦ରେ ଓମାନକୁ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଗ୍ରୁପ ପର୍ଯ୍ୟାୟରେ ଭାରତ ନିଜର ସମସ୍ତ ୪ ମ୍ୟାଚ ଖେଳି ୩ ବିଜୟ ଓ ଗୋଟିଏ ଡ୍ର’ ସହିତ ୧୦ ପଏଣ୍ଟ ପାଇ ଶୀର୍ଷରେ ରହିଛି। ପାକିସ୍ତାନ ୩ ମ୍ୟାଚ୍‌ରୁ ୭ ପଏଣ୍ଟ ସହ ଦ୍ବିତୀୟରେ ଅଛି।

ଓଡ଼ିଆ ତାରକା ଅମନଦୀପ ଲାକ୍ରା ୩ଟି ଗୋଲ ଦେଇଥିଲେ। ଗୋଲ ଅଭିଯାନ ଆରମ୍ଭ କରିଥିବା ଅଙ୍ଗଦ ବୀର ସିଂହ ୪ଟି, ଉତ୍ତମ ସିଂହ ଦୁଇଟି ଗୋଲ ଦେଇଥିବାବେଳେ ଯୋଗେମ୍ବର ରାୱତ ଗୋଟିଏ ଗୋଲ ଦେଇଥିଲେ।

 

Share