Categories: ଜାତୀୟ

ଏକାଥରେ ୭୮,୦୦୦ରୁ ଉର୍ଦ୍ଧ୍ୱ ତ୍ରିରଙ୍ଗା ଉଡାଇ ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଲା ଭାରତ

ନୂଆଦିଲ୍ଲୀ,୨୬ ।୪: ଇତିହାସ ରଚିଲା ଦେଶ । ଏପ୍ରିଲ ୨୩ରେ ଏକାସାଙ୍ଗେ ସବୁଠାରୁ ଅଧିକ ଜାତୀୟ ପତାକା ଉଡାଇ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ଏହି ଐତିହାସିକ ଦିନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବି ଉପସ୍ଥିତ ଥିଲେ । ସଂସ୍କୃତି ମନ୍ତ୍ରଣାଳୟ କହିଛି ଭାରତ, ବିହାରର ଭୋଜପୁରରେ ‘ବୀର କୁୱର ସିଂ ବିଜୟୋତ୍ସବ’ କାର୍ଯ୍ୟକ୍ରମରେ ଏକାଥରେ ୭୮,୨୨୦ ତ୍ରିରଙ୍ଗା ପତାକା ଉଡାଇ ଗିନିଜ ବୁକ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି ।

ଗିନିଜ ୱାର୍ଲଡ ରେକର୍ଡ ସାର୍ଟିଫିକେଟରେ କୁହାଯାଇଛି ‘ଭାରତ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ସଂସ୍କୃତି ମନ୍ତ୍ରଣାଳୟ ୨୩ ଏପ୍ରିଲ ୨୦୨୨ରେ ବିହାର ଭୋଜପୁରର ଜଗଦିଶପୁରରେ ସବୁଠାରୁ ଅଧିକ ଲୋକଙ୍କ ଦ୍ୱାରା ତ୍ରିରଙ୍ଗା ଉଡାଇବାର ରେକର୍ଡ କରିଛନ୍ତି । ବିହାରର ଭୋଜପୁର ଜିଲା ଦଲୌର ପଡିଆରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ୭୮,୨୨୦ ଜଣ ଏକାସାଙ୍ଗରେ ଜାତୀୟ ପତାକା ଉଡାଇ ନୂଆ କିର୍ତ୍ତିମାନ ସ୍ଥାପନ କରିବାସହ ଇତିହାସ ରଚିଛନ୍ତି ।
ଏହା ପୂର୍ବରୁ ପାକିସ୍ତାନରେ ପ୍ରାୟ ୧୮ ବର୍ଷ ପୂର୍ବରୁ ଏମିତି ବିଶ୍ୱ ରେକର୍ଡ କରିଥିଲା । ଯେଉଁଥିରେ ୫୬,୦୦୦ ପାକିସ୍ତାନ ନାଗରିକ ଲାହୋରରେ ଏକ କାର୍ଯ୍ୟକ୍ରମରେ ନିଜ ଦେଶର ଜାତୀୟ ପତାକାକୁ ଉଡାଇଥିଲେ ।

Share