Categories: ଖେଳ

ନ୍ୟୁଜିଲାଣ୍ଡକୁ ସର୍ବନିମ୍ନ ସ୍କୋରରେ ରୋକିଲା ଭାରତ

ମୁମ୍ବାଇ,୪।୧୨: ଚଳିତ ମୁମ୍ବାଇ ଟେଷ୍ଟରେ ବାମହାତୀ ସ୍ପିନର ଏଜାଜ ପଟେଲ ପ୍ରଥମ ଇନିଂସରେ ୧୦ ଉଇକେଟ ନେଇ ଭାରତକୁ ୩୨୫ ରନ୍‌ରେ ଅଲଆଉଟ୍‌ କରି ଦେଇଥିଲେ। ଏହାର ଜବାବରେ ମାତ୍ର ୬୨ ରନ୍‌ରେ ଆତ୍ମସମର୍ପଣ କରି ଦେଇଛି ନ୍ୟୁଜିଲାଣ୍ଡ। ଏହା ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ଇତିହାସରେ ଯେକୌଣସି ଦଳ ପାଇଁ ସର୍ବନିମ୍ନ ସ୍କୋର।

ଆରମ୍ଭରୁ ମହମ୍ମଦ ସିରାଜ ନ୍ୟୁଜିଲାଣ୍ଡ ୩ ଝଟକା ଦେଇଥିଲେ। ମାତ୍ର ୪ ଓଭରରେ ଟପ୍‌ ଅର୍ଡର ୩ ବ୍ୟାଟରଙ୍କୁ ଆଉଟ୍‌ କରି ସ୍ପିନରଙ୍କ ଲାଗି କାମ ସହଜ କରି ଦେଇଥିଲେ ସିରାଜ। ତା’ ପରେ ରବିଚନ୍ଦ୍ରନ ଅଶ୍ୱିନ (୪ ଉଇକେଟ), ଅକ୍ଷର ପଟେଲ (୨) ଓ ଜୟନ୍ତ ଯାଦବ (୧) ଗୋଟିଏ ପରେ ଗୋଟିଏ ନେଇ ନ୍ୟୁଜିଲାଣ୍ଡକୁ ଅଲଆଉଟ୍‌ କରି ଦେଇଥିଲେ। ଭ୍ରମଣକାରୀ ଦଳ ପାଇଁ ଅଧିନାୟକ ଟମ ଲଥାମ (୧୦) ଓ କାଇଲ ଜେମିସନ (୧୭)ଙ୍କ ବ୍ୟତୀତ ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ ଅନ୍ୟ କୌଣସି ବ୍ୟାଟର। ପ୍ରଥମ ଇନିଂସରେ ୨୫୩ ରନ୍‌ର ଅଗ୍ରଣୀ ହାସଲ କରିବା ପରେ ମଧ୍ୟ ଘରୋଇ ଦଳ ପ୍ରତିପକ୍ଷକୁ ଫଲୋଅନ୍‌ ଦେବା ପରିବର୍ତ୍ତେ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବାକୁ ନଷ୍ପତ୍ତି ନେଇଛି।