Categories: ଜାତୀୟ

ଭାରତୀୟଙ୍କୁ ବିଦେଶ ମନା

ନୂଆଦିଲ୍ଲୀ,୩୦।୪: କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ପୁଣି ୧ ମାସ ବୃଦ୍ଧି କରିଛନ୍ତି। ମେ’ ୩୧ ପର୍ଯ୍ୟନ୍ତ ବିଦେଶୀକୁ ବିମାନ ଚଳାଚଳ ବନ୍ଦ ରହିବ ବୋଲି ଶୁକ୍ରବାର ବେସରକାରୀ ବିମାନ ଚଳାଚଳ ମୁଖ୍ୟ(ଡିଜିସିଏ)ଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପୂର୍ବ ଗାଇଡ୍‌ଲାଇନରେ ଶୁକ୍ରବାର ରାତି ୧୨ଟା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରଖାଯାଇଥିଲା। ବର୍ତ୍ତମାନ ଏହି କଟକଣା ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ନୂତନ ଗାଇଡ୍‌ଲାଇନଡ଼୍‌ରେ ବିମାନରେ ମାଲ ପରିବହନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଉପରେ କୌଣସି କଟକଣା ଲାଗୁ କରାଯାଇ ନାହିଁ। ଘରୋଇ ବିମାନ ସେବା ପୂର୍ବଭଳି ଚାଲୁ ରହିବ। ବିମାନରେ କୋଭିଡ୍‌ ନିୟମ ପାଳନ କରାଯିବ ବୋଲି ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି।

Share