ନୂଆଦିଲ୍ଲୀ,୨୬ ।୧୧: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଭାରତ ଏବେ କର୍ମସିୟାଲ ଇଣ୍ଟରନ୍ୟାଶନାଲ ଫ୍ଲାଇଟ ଚଳାଚଳକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଡିରେକ୍ଟୋରେଟ ଜେନେରାଲ ଅଫ୍ ସିଭିଲ ଆଭିଏଶନ(ଡିଜିସିଏ) କହିଛି ୩୧ ଡିସେମ୍ବର ପର୍ଯ୍ୟନ୍ତ କୌଣସି କମର୍ସିଆଲ ଇଣ୍ଟରନ୍ୟାଶନାଲ ଫ୍ଲାଇଟ୍ ଭାରତକୁ ଆସିବ ନାହିଁ କି ଭାରତରୁ ଯିବ ନାହିଁ । ହେଲେ ବନ୍ଦେ ଭାରତ ମିଶନରେ ଏହା ଲାଗୁ କରାଯିବ ନାହିଁ । ସୂଚନାଯୋଗ୍ୟ, ମାର୍ଚ୍ଚ ମାସରୁ କରୋନା ସଂକ୍ରମଣ ଦେଶରେ ବୃଦ୍ଧି ହେବା ଦେଖି ସମସ୍ତ ବିମାନ ସେବାକୁ ବାତିଲ କରି ଦିଆଯାଇଥିଲା । ହେଲେ ପରିସ୍ଥିତି ସାମାନ୍ୟ ସୁଧୁରିବା ବେଳେ ମେ’ ମାସରୁ ଘରୋଇ ବିମାନ ଚଳାଚଳ ଆରମ୍ଭ କରିଥିଲା । ପୁଣଇଥରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏବେ ବିଦେଶ ଯାତ୍ରାକୁ ମନା କରାଯାଇଛି ।