Categories: ଖେଳ

ଭାରତ-ପାକିସ୍ତାନ ମ୍ୟାଚରେ ହୋଇପାରେ ବର୍ଷା

ପାଲିକେଲେ,୧।୯: ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଶନିବାର ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଳା ହେବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମ୍ୟାଚ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏଥର ମଧ୍ୟ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି।

ଭାରତର ଟପ୍‌-୩ ବ୍ୟାଟର ରୋହିତ ଶର୍ମା, ଶୁବମନ ଗିଲ୍‌, ବିରାଟ କୋହଲି ଏବଂ ପାକିସ୍ତାନର ପେସ୍‌ ତ୍ରୟ ହାରିସ ରୌଫ, ଶାହିନ ଶାହା ଆଫ୍ରିଦୀ ଓ ନସିମ ଶାହାଙ୍କ ମଧ୍ୟରେ ମୁକାବିଲା ହେବ। ଆଗକୁ ଦିନିକିଆ ବିଶ୍ୱକପ ଥିବାରୁ ଏହି ମ୍ୟାଚ ବେଶ୍‌ ରୋମାଞ୍ଚକ ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷେ ଭାରତ-ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁ ପ୍ରଭାବିତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି।

Share