Categories: ଜାତୀୟ

ଜନବହୁଳ ଦେଶ ମୁହାଁ ଭାରତ: ଏପ୍ରିଲରେ ଭାରତର ଜନସଂଖ୍ୟା ୧୪୩ କୋଟି ଛୁଇଁବ…

ନୂଆଦିଲ୍ଲୀ,୧୮।୧ : ବିଶ୍ୱର ବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ ଚାଇନା ଜନସଂଖ୍ୟା ହ୍ରାସର ସମ୍ମୁଖୀନ ହେଉଛି। ଗତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଚାଇନାର ଜନସଂଖ୍ୟାରେ ଏକ ବିରାଟ ହ୍ରାସ ପଞ୍ଜିକୃତ ହୋଇଛି। ଏଭଳି ପରିସ୍ଥିତିରେ ଭାରତ ଚଳିତ ବର୍ଷ ଚାଇନାକୁ ପଛରେ ପକାଇ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହେବାକୁ ଯାଉଛି।

ଏପ୍ରିଲ ୨୦୨୩ରେ ଭାରତର ଜନସଂଖ୍ୟା ୧୪୩ କୋଟିରେ ପହଞ୍ଚିବ। ଏହା ସହିତ ଚାଇନା ଜନସଂଖ୍ୟା ଦୃଷ୍ଟିରୁ ଭାରତଠାରୁ ପଛରେ ରହିବ। ଭାରତର ଜନସଂଖ୍ୟା ଅଭିବୃଦ୍ଧି ହାର ବଡ ଦେଶ ତୁଳନାରେ ବହୁ ଅଧିକ ରହିଛି।

ଗତ ୨୦୨୨ ବର୍ଷରେ ବିଶ୍ୱରେ ୧୩ କୋଟି ଶିଶୁ ଜନ୍ମ ହୋଇଥିଲେ। ସେଥିମଧ୍ୟରୁ ପ୍ରାୟ ୨.୫୦ କୋଟି ଶିଶୁ କେବଳ ଭାରତରେ ଜନ୍ମ ହୋଇଥିଲେ। ଚାଇନାରେ ଏହି ସଂଖ୍ୟା ବହୁ କମ ରହିଥିଲା।

Share