Categories: ଜାତୀୟ

ଭୋକିଲା ତାଲିକାରେ ପୁଣି ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୧୫।୧୦: ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ (ଜିଏଚ୍‌ଆଇ)୨୦୨୧ ରିପୋର୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ରିପୋର୍ଟ ଅନୁସାରେ ଭାରତ ୯୪ସ୍ଥାନରୁ ୧୦୧ ସ୍ଥାନକୁ ଖସି ଆସିଛି। ୨୦୨୦ରେ ୧୦୭ଟି ଦେଶକୁ ନେଇ ପ୍ରକାଶିତ ରିପୋର୍ଟରେ ଭାରତ ୯୪ସ୍ଥାନରେ ରହିଥିଲା। ଏଥର ୧୧୬ଟି ଦେଶକୁ ନେଇ ପ୍ରସ୍ତୁତ କରାଯାଇଛି। ପଡ଼ୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଓ ନେପାଳ ପ୍ରମୁଖ ଭାରତଠାରୁ ଭଲ ସ୍ଥାନରେ ଅଛନ୍ତି।
ସୂଚନାନୁସାରେ, ବିଶ୍ୱ ଇରିଶ ଆଡ୍‌ ଏଜେନ୍ସି ଓ ଜର୍ମାନ ୱେଲ୍ଟ ହଙ୍ଗର ହିଲ୍‌ଫେ ଦ୍ୱାରା ପ୍ରକାଶିତ ମିଳିତ ରିପୋର୍ଟ ଅନୁସାରେ ଭାରତର କ୍ଷୁଧା ସ୍ଥିତି ଉଦ୍‌ବେଗଜନକ। ଭାରତରେ ଚାଇଲ୍ଡ ୱେଷ୍ଟିଁ ହାର ୧୯୯୮ରୁ ୨୦୦୨ ମଧ୍ୟରେ ୧୭.୧ ପ୍ରତିଶତରୁ ୨୦୧୬ରୁ ୨୦୨୦ମଧ୍ୟରେ ୧୭.୩ ପ୍ରତିଶତକୁ ବୃଦ୍ଧି ପାଇଛି। ତାଲିକାରେ ୭୬ନଂରେ ନେପାଳ,ବାଂଲାଦେଶ ଥିବା ବେଳେ ୭୧ରେ ମିଆଁମାର,୯୨ରେ ପାକିସ୍ତାନ ରହିଛି। ଶିଶୁଙ୍କ ପୃଷ୍ଟିରପଣ, ଅପପୃଷ୍ଟି ଖାଦ୍ୟ ପରିମାଣ, ଖାଦ୍ୟରେ ଥିବା ପୋଷଣ, ଶିଶୁ ମୃତ୍ୟୁହାର ଭଳି ବିଭିନ୍ନ ଦିଗକୁ ଲକ୍ଷ୍ୟ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସାଧାରଣତଃ କୋଭିଡ୍‌-୧୯ ସମୟରେ ଏହାର ମାତ୍ରା ଅଧିକ ଥିବା ଜଣାପଡ଼ିଛି।

Share