Categories: ଖେଳ

ଭାରତ ଜିତିପାରେ ୨୦୨୩ ବିଶ୍ୱକପ୍‌: ରସ୍‌ ଟେଲର

ନୂଆଦିଲ୍ଳୀ,୨୨ା୧୦: ଭାରତରେ ଅନୁଷ୍ଠିତ ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩ ଭାରତ ପାଇଁ ଫେଭରାଇଟ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ବ୍ୟାଟର ରସ୍‌ ଟେଲର। ଘରୋଇ ପିଚ୍‌ରେ ବିଶ୍ୱକପ ଖେଳୁଥିବା ଭାରତକୁ ହରାଇବା ଅନ୍ୟ ଦଳମାନଙ୍କ ପାଇଁ ଏତେ ସହଜ ହେବ ନାହିଁ। ଭାରତ ବିଶ୍ୱର ଏକ ଶକ୍ତିଶାଳୀ ଦଳ। ଅପରାଜେୟ ଭାବେ ଭାରତ ନକ୍‌ଆଉଟରେ ପ୍ରବେଶ କଲେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ଟେଲର ମତବ୍ୟକ୍ତ କରିଛନ୍ତି।

ଭାରତର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ ଲୋକେଶ ରାହୁଲ ଚମତ୍କାର ଫର୍ମରେ ରହିଛନ୍ତି। ଅନ୍ୟପକ୍ଷେ ବୋଲିଂରେ କୁଲଦୀପ ଓ ରବୀନ୍ଦ୍ର ଜାଡେଜା ଚମତ୍କାର ପ୍ରଦର୍ଶନ କରିଛନ୍ତି। କୌଣସି ବି ଦଳର ଟପ୍‌-୩ ବ୍ୟାଟର ସର୍ବଦା ଭଲ ପ୍ରଦର୍ଶନ କରି ପାରିବେ ନାହିଁ। ଏପରି ସ୍ଥଳେ ୪ ଓ ୫ ନମ୍ବରରେ ଶ୍ରେୟସ ଆୟର ଓ ଲୋକେଶ ରାହୁଲ ରହିଛନ୍ତି। ଆଗାମୀ ଦିନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନରେ ଭାରତୀୟ ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି ଟେଲର କହିଛନ୍ତି।

Share