Categories: ଖେଳ

ଦଣ୍ଡିତ ହେଲେ ଭାରତୀୟ ଖେଳାଳି

ଅହମ୍ମଦାବାଦ,୨୧।୩ : ଏଠାରେ ଖେଳାଯାଇଥିବା ଅନ୍ତିମ ମ୍ୟାଚ୍‌କୁ ୩୬ ରନ୍‌ରେ ଜିତି ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୩-୨ ବ୍ୟବଧାନରେ ହାତେଇ ନେଇଛି ଟିମ୍‌ ଇଣ୍ଡିଆ। ଏହି ମ୍ୟାଚ୍‌ରେ ଧିମା ବୋଲିଂ ହାର ପାଇଁ ଭାରତୀୟ ଦଳର ଖେଳାଳିଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି। ଜରିମାନା ବାବାଦକୁ ଦଳର ପ୍ରତ୍ୟେକ ଖେଳାଳିଙ୍କ ମ୍ୟାଚ୍‌ ଫି’ର ୪୦ ପ୍ରତିଶତ କାଟ୍‌ କରାଯାଇଛି। ଧାର୍ଯ୍ୟ ସମୟ ସୁଦ୍ଧା ବୋଲିଂ ଶେଷ କରିପାରି ନ ଥିଲା ଭାରତୀୟ ଦଳ। ବଳକା ରହିଯାଇଥିଲା ୨ ଓଭର। ଏଣୁ ଆଇସିସି ନିୟମ ଅନୁସାରେ, ଧାର୍ଯ୍ୟ ସମୟ ସୁଦ୍ଧା ବଳକା ରହିଯାଇଥିବା ଓଭର ପିଛା ଖେଳାଳିଙ୍କ ମ୍ୟାଚ୍‌ ଫି’ରୁ ୨୦ ପ୍ରତିଶତ କାଟ୍‌ କରାଯିବ। ଚଳିତ ସିରିଜ୍‌ରେ ଦ୍ୱିତୀୟ ଥର ପାଇଁ ସମାନ କାରଣ ପାଇଁ ଦଣ୍ଡିତ ହୋଇଛନ୍ତି ଭାରତୀୟ ଖେଳାଳି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତ୍ରୁଟି ଓ ଦଣ୍ଡାଦେଶ ସ୍ବୀକାର କରି ନେଇଥିବାରୁ କୌଣସି ଶୁଣାଣି ଆବଶ୍ୟକତା ନାହିଁ।

Share