Categories: ଜାତୀୟ

ଧନୀ ଦେଶର ମନୋଭାବକୁ ନେଇ ଭାରତ ଚିନ୍ତିତ, ବିକାଶଶୀଳ ଦେଶମାନଙ୍କ ଉପରେ ଲଦି ଦିଆଯାଉଛି ଜଳବାୟୁ ପରିବର୍ତ୍ତନର ଦାୟିତ୍ୱ

ନୂଆଦିଲ୍ଲୀ,୧୮ ।୧୧: ସବୁଥର ପରି ଏଥର ମଧ୍ୟ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଧନୀ ଦେଶମାନେ ପରିବେଶ ଅସନ୍ତୁଳନ ପାଇଁ ବିକାଶଶୀଳ ଦେଶ ଉପରେ ଚାପ ପକାଇବାକୁ ଚେଷ୍ଟା କରିଛନ୍ତି । ଏହାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି । ତେବେ ଭାରତ ସମେତ ଅନେକ ବିକାଶଶୀଳ ଦେଶ ଏହି ପ୍ରସ୍ତାବକୁ ଗ୍ରହଣ ନ କରିବାକୁ ଜିଦ୍ ଧରିଛନ୍ତି । ଇଜିପ୍ଟର ଶର୍ମ ଏଲ-ଶେଖରେ ଚାଲିଥିବା ମିଳିତ ଜାତିସଂଘର ଜଳବାୟୁ ଶିଖର ସମ୍ମିଳନୀରେ ଭାରତ ଗୁରୁବାର ବିକଶିତ ଦେଶର ପ୍ରୟାସକୁ ବିରୋଧ କରିଛି । ବିଶେଷ ସୂତରୁ ପ୍ରକାଶ ଯେ ଭାରତ କହିଛି, ଧନୀ ଦେଶମାନେ ସେମାନଙ୍କ ଜୀବନଶୈଳି ବଦଳାଇ ନିର୍ଗମନ ହ୍ରାସ କରିବାକୁ ଚାହାଁନ୍ତି ନାହିଁ ଏବଂ ବିଦେଶରେ ଶସ୍ତା ସମାଧାନ ଖୋଜୁଛନ୍ତି । ଭାରତ କହିଛି ଯେ ବିକଶିତ ଦେଶଗୁଡିକ କୃଷି କ୍ଷେତ୍ରକୁ ସଂକିର୍ଣ୍ଣ କରିବା ପ୍ରୟାସକୁ ପ୍ରୋତ୍ସହିତ କରୁଛନ୍ତି, ଆମେ ଏହାକୁ ବିରୋଧ କରୁଛୁ ।

Share