Categories: ଖେଳ

ଭରତ ଫ୍ଲପ୍‌, ତୃତୀୟ ଟେଷ୍ଟରେ ଡେବ୍ୟୁ କରିପାରନ୍ତି ଏହି ଖେଳାଳି

ରାଜକୋଟ,୧୨।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଫେବୃଆରୀ ୧୫ରେୁ ରାଜକୋଟରେ ଖେଳାଯିବ। ଭାରତୀୟ ଦଳ ଅନେକ ପରିବର୍ତ୍ତନ ସହିତ ଏହି ମ୍ୟାଚରେ ପ୍ରବେଶ କରିପାରିବ। ତେବେ ଯୁବ ଉଇକେଟ କିପର ଧ୍ରୁଭ ଜୁରେଲ ତୃତୀୟ ଟେଷ୍ଟରେ ଡେବ୍ୟୁ କରିବାର ସୁଯୋଗ ପାଇପାରନ୍ତି। କେ.ଏସ ଭରତ କ୍ରମାଗତ ଫ୍ଲପ ଯୋଗୁ ଜୁରେଲଙ୍କ ପାଇଁ ଭାରତୀୟ ଦଳ ପାଇଁ ରାସ୍ତା ସଫା ହୋଇଛି।
ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ତ୍ତମାନ ୧-୧ରେ ବରାବର ହୋଇଛି। ବର୍ତ୍ତମାନ ତୃତୀୟ ଟେଷ୍ଟ ମ୍ୟାଚ ୧୫ ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ରାଜକୋଟରେ ସ୍ପିନ ଟ୍ରାକ ଦେଖିବାକୁ ମିଳେ।
ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ କେ.ଏସ ଭରତଙ୍କ ସ୍ଥାନରେ ଧ୍ରୁଭ ଜୁରେଲଙ୍କୁ ସୁଯୋଗ ଦିଆଯାଇପାରେ। ଧ୍ରୁଭ ଜୁରେଲ ତୃତୀୟ ଟେଷ୍ଟରେ ଡେବ୍ୟୁ କରିବାର ସୁଯୋଗ ପାଇବେ। କେ.ଏସ ଭରତର କ୍ରମାଗତ ଫ୍ଲପ ଯୋଗୁ ଜୁରେଲଙ୍କ ପାଇଁ ରାସ୍ତା ସହଜ ହୋଇଯାଇଛି। ଧ୍ରୁଭ ଜୁରେଲ ଏପର୍ଯ୍ୟନ୍ତ ୪୭ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୭୯୦ ରନ ସଂଗ୍ରହ କରିଛନ୍ତି। ଏହି ଅବଧି ମଧ୍ୟରେ ତାଙ୍କ ବ୍ୟାଟରୁ ଗୋଟିଏ ଏବଂ ୫ ଅର୍ଦ୍ଧଶତକ ଆସିଛି।

 

Share