ଭାରତ-ଫ୍ରାନ୍ସ ବନ୍ଧୁତା: ଆମେରିକା-ଚାଇନା ମନରେ ଦୁଃଖ…

ପ୍ୟାରିସ/ନୂଆଦିଲ୍ଲୀ,୨୪।୧ : ଗଣତନ୍ତ୍ର ଦିବସ ପରେଡରେ ଭାଗ ନେବାକୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଜାନୁଆରୀ ୨୫ ରେ ରାଜସ୍ଥାନର ଜୟପୁର ସହରରେ ପହଞ୍ଚିବେ। ଜୟପୁର ପରେ ଫ୍ରାନ୍ସ ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବେ ଯେଉଁଠାରେ ତାଙ୍କୁ ସ୍ବାଗତ କରାଯିବ। ଏହାପୂର୍ବରୁ ଭାରତ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କୁ ନିମନ୍ତ୍ରଣ କରିଥିଲା କିନ୍ତୁ ସେ ଏଥିରୁ ନିଜକୁ ଦୂରେଇ ରଖିଥିଲେ। ଏହା ପରେ ଭାରତ ଏହାର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ହୋଇଥିବା ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ରିପବ୍ଲିକ ଡେ ପ୍ୟାରେଡରେ ମୁଖ୍ୟ ଅତିଥି ହେବାକୁ ନିମନ୍ତ୍ରଣ କରିଥିଲା, ଯାହାକୁ ସେ ତୁରନ୍ତ ଗ୍ରହଣ କରିଥିଲେ।

ବିଶ୍ଳେଷକଙ୍କ ଅନୁଯାୟୀ, ରୁଷିଆ ଅପେକ୍ଷା ଆଜି ଫ୍ରାନ୍ସ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ସହଯୋଗୀ ହୋଇପାରିଛି ଏବଂ ଏହି କାରଣରୁ ଚାଇନା ଠାରୁ ପାକିସ୍ଥାନ ପର୍ଯ୍ୟନ୍ତ ସମସ୍ତେ ଏହି ଯାତ୍ରା ଉପରେ ନଜର ରଖିବେ। ଆମେରିକାକୁ ଏକ ଶକ୍ତିଶାଳୀ ବାର୍ତ୍ତା ମଧ୍ୟ ଯିବ ।

୧୯୪୮ ମସିହାରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ ଏହା ଷଷ୍ଠ ଥର ପାଇଁ ଘଟିବାକୁ ଯାଉଛି। ବିଶ୍ଳେଷକମାନେ କହିଛନ୍ତି ଏହି ନିମନ୍ତ୍ରଣ କେବଳ ଦୁଇ ଦେଶ ମଧ୍ୟରେ ଗଭୀର ଏବଂ ଆନ୍ତରିକ ସମ୍ପର୍କକୁ ଦର୍ଶାଏ ନାହିଁ ବରଂ ଏହି ସମ୍ପର୍କର ନିରନ୍ତର ଦୃଢ଼ତାର ଏକ ଉଦାହରଣ ପାଲଟିବ। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କ ଗଣତନ୍ତ୍ର, ସମାନତା ଏବଂ ସୱାଧୀନତାର ମୂଲ୍ୟବୋଧ ଉପରେ ଆଧାରିତ ଏବଂ ଆରମ୍ଭରୁ ବିସ୍ତୃତ ଏବଂ ସାମଗ୍ରିକ ଥିଲା। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଚାଇନାର ରାଷ୍ଟ୍ରପତି ଜିନପିଙ୍ଗ ସରକାର ଏବେ କୋଣଠେସା ହୋଇଛନ୍ତି। ସେହିପରି ଆମେରିକା ମଧ୍ୟ ଏନେଇ ଦୁଖିଃତ ଥିବା ପରି ମନେ ହେଉଛି।

Share