Categories: ଜାତୀୟ

ଜାନୁୟାରୀରେ ଭାରତ-ଫ୍ରାନ୍ସ୍‌ ‘ସ୍କାଏରୋଜ୍‌’: ଚାଇନାର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ,୩୦।୧୨: ଭାରତ ଚାଇନା ମଧ୍ୟରେ ପୂର୍ବ ଲଦାଖର ଏଲ୍‌ଏସିରେ ଉତ୍ତେଜନା ଜାରି ରହିଛି। ଏପରିସ୍ଥଳେ ଭାରତ ଏବଂ ଫ୍ରାନ୍ସ୍‌ ମଧ୍ୟରେ ୨୦୨୧ ଜାନୁୟାରୀରେ ଯୁଦ୍ଧାଭ୍ୟାସ ‘ସ୍କାଏରୋଜ୍‌’ ଅନୁଷ୍ଠିତ ହେବ। ରାଜସ୍ଥାନ ଯୋଧପୁରରେ ହେବାକୁ ଥିବା ଯୁଦ୍ଧାଭ୍ୟାସରେ ଫ୍ରାନ୍ସ୍‌ର ଯୁଦ୍ଧବିମାନ ରାଫାଲ ଅଂଶଗ୍ରହଣ କରିବ। ଏଥିରେ ଅମ୍ବାଲା ୧୭ ସ୍କ୍ବାଡ୍ରନର ରାଫାଲ ଏବଂ ସୁଖୋଇ ଏସ୍‌ୟୁ-୩୦ଏମ୍‌କେଆଇ ବିମାନ ମଧ୍ୟ ଯୋଗଦେବେ। ଭାରତ ଫ୍ରାନ୍ସ୍‌ ମଧ୍ୟରେ ହେବାକୁ ଥିବା ଯୁଦ୍ଧାଭ୍ୟାସ ନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ରାଫାଲ୍‌ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ୍‌ ହେବା ଫଳରେ ଭାରତର ପ୍ରତିରକ୍ଷା ଶକ୍ତି ବହୁଗୁଣା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଚାଇନା ନିଜ ରଣନୀତିରେ କେତେକ ପରିବର୍ତ୍ତନ କରିବା ଉପରେ ଜୋର୍‌ ଦେଉଥିବା କୁହାଯାଉଛି।

Share