Categories: ଜାତୀୟ

ଭାରତ ମହାସାଗରରେ ମିଳିତ ନଜର ରଖିବେ ଭାରତ, ଫ୍ରାନ୍ସ

ନୂଆଦିଲ୍ଲୀ,୯।୧୧: ଭାରତ ଓ ଫ୍ରାନ୍ସ ବାୟୁସେନାର ମିଳିତ ଯୁଦ୍ଧାଭ୍ୟାସ ରାଜସ୍ଥାନ ସେକ୍ଟରରେ ସଫଳତାର ସହ ସମ୍ପନ୍ନ ହେବା ପରେ ନୂଆଦିଲ୍ଲୀ ଏବଂ ପ୍ୟାରିସ ସେମାନଙ୍କ ରଣନୀତିକ ସହଯୋଗ ଅଧିକ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ନୌସେନାର ବୋଇଂ ପି୮ଆଇ ଏବଂ ଫ୍ରାନ୍ସ ନୌସେନାର ଫାଲ୍‌କନ-୫୦ ଦକ୍ଷିଣ-ପଶ୍ଚିମ ଭାରତ ମହାସାଗର ଉପରେ କଡ଼ା ନଜର ରଖିବ। ଏହା ବ୍ୟତୀତ ନଭେମ୍ବର ୯ରୁ ୧୧ ସେମାନେ ମୋଜିମ୍ବିକ୍‌ ଚ୍ୟାନେଲ, ମରିସସ୍‌ର ସାମୁଦ୍ରିକ ମ୍ୟାପିଂ କରିବେ।

Share