ଅଟାରି,୨୪।୧୧: ଭାରତ ମଙ୍ଗଳବାର ୨୫ ଜଣ ପାକିସ୍ତାନୀ ବନ୍ଦୀଙ୍କୁ ମୁକ୍ତ କରିଛି। ସେମାନଙ୍କ ମଧ୍ୟରେ ୫ ଜଣ ସାଧାରଣ ଲୋକଥିବାବେଳେ ୨୦ ଜଣ ଧୀବର ରହିଛନ୍ତି। ବନ୍ଦୀମାନେ ଅଟାରି-ଓ୍ବାଘା ସୀମା ଦେଇ ପାକିସ୍ତାନରେ ପ୍ରବେଶ କରିଥିବା ଭାରତୀୟ ପ୍ରୋଟୋକଲ ଅଫିସର ଅରୁଣ ସିଂ ସୂଚନା ଦେଇଛନ୍ତି। ଧୀବରମାନେ ମାଛ ଧରୁଥିବାବେଳେ ଅଜାଣତରେ ଭାରତୀୟ ସାମୁଦ୍ରିକ ସୀମାରେ ପ୍ରବେଶ କରିବାରୁ ସେମାନଙ୍କୁ ବନ୍ଦୀ କରାଯାଇଥିଲା। ଏହା ପୂର୍ବରୁ ପାକିସ୍ତାନ ସୋମବାର ୨୨୧ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିଥିଲା। ଏହାର ଗୋଟିଏ ଦିନ ପରେ ଭାରତ ପକ୍ଷରୁ ପାକିସ୍ତାନୀ ବନ୍ଦୀଙ୍କୁ ମୁକ୍ତ କରାଯାଇଛି।