ଶ୍ରୀଲଙ୍କାରେ ‘ଆଧାର’ ଭଳି ଯୋଜନା ପାଇଁ ଭାରତ ଦେଲା ୪୫ କୋଟି ଟଙ୍କା

କଲମ୍ବୋ,୫।୮: ଶ୍ରୀଲଙ୍କାରେ ଆଧାର ଭଳି ଯୋଜନା ‘ୟୁନିକ ଡିଜିଟାଲ ଆଇଡେଣ୍ଟିଟି ପ୍ରୋଜେକ୍ଟ’ ପାଇଁ ଭାରତ ୪୫କୋଟି ଟଙ୍କାର ପ୍ରଥମ କିସ୍ତି ଜାରି କରିଛି। ଭାରତ ସରକାରଙ୍କ ଦ୍ୱାରା ଅର୍ଥ ପ୍ରଦାନ କରାଯାଉଥିବା ଶ୍ରୀଲଙ୍କାର ଡିଜିଟାଇଜେସନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା। ଏହା ମଧ୍ୟ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଦ୍ୱାରା ନିଶ୍ଚିତ କରାଯାଇଛି।

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ଉପରେ ରାଷ୍ଟ୍ରପତିଙ୍କ ବରିଷ୍ଠ ଉପଦେଷ୍ଟା ତଥା ରାଷ୍ଟ୍ରପତି କର୍ମଚାରୀଙ୍କ ମୁଖ୍ୟ ସଗାଲା ରତ୍ନନାୟକା, ଶ୍ରୀଲଙ୍କାର ବୈଷୟିକ ମନ୍ତ୍ରୀ କନକ ହେରାଥ, ଶ୍ରୀଲଙ୍କାର ଭାରତୀୟ ଉଚ୍ଚ କମିଶନର ଗୋପାଳ ବାଗଲେ ଏବଂ ଭାରତୀୟ ହାଇକମିଶନର ପ୍ରଥମ ସଚିବ ଏଲଡୋସ ମାଥ୍ୟୁ ଏବଂ ଅନ୍ୟ ଏକ ପ୍ରମୁଖ ଅଧିକାରୀ ବୈଠକରେ ସାମିଲ ହୋଇଥିଲେ। ଏଥିରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ବୈଠକରେ ପ୍ରକଳ୍ପ ଉପରେ ଅନେକ ଆଲୋଚନା ହୋଇଥିଲା।

Share