Categories: ଖେଳ

ନ୍ୟୁଜିଲାଣ୍ଡକୁ ୩୫୦ ରନ୍‌ ଟାର୍ଗେଟ୍‌ ଦେଲା ଭାରତ

ହାଇଦ୍ରାବାଦ୍‌,୧୮।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଖେଳାଯାଉଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ଆଠ ଉଇକେଟ ହରାଇ ୩୪୯ ରନ ସଂଗ୍ରହ କରିଥିଲା। ଦଳ ପାଇଁ ଶୁଭମାନ ଗିଲ ସର୍ବାଧିକ ୨୦୮ ରନ ସ୍କୋର କରିଥିଲେ। ସେ ଦିନିକିଆରେ ଭାରତ ପାଇଁ ଦ୍ୱିଶତକ ହାସଲ କରିବାରେ ଗିଲ ପଞ୍ଚମ ବ୍ୟାଟ୍ସମ୍ୟାନ ହୋଇଥିଲେ। ଶୁଭମନଙ୍କ ବ୍ୟତୀତ ରୋହିତ ଶର୍ମା ୩୪, ସୂର୍ଯ୍ୟକୁମାର ଯାଦବ ୩୧, ହାର୍ଦ୍ଦିକ ପାଣ୍ଡ୍ୟା ୨୮ ଏବଂ ୱାଶିଂଟନ ସୁନ୍ଦର ୧୨ ରନ ସ୍କୋର କରିଥିଲେ। ବିରାଟ କୋହଲିଙ୍କୁ ୮ ଏବଂ ଇଶାନ କିଶନ ପାଞ୍ଚ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ହେନେରି ଶିପ୍ଲେ ଏବଂ ଡାରେଲ ମିଚେଲ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ।

Share