Advertisement
Categories: ଜାତୀୟ

ତିକ୍ତତା ସତ୍ତ୍ୱେ ନେପାଳକୁ ସହାୟତାର ହାତ ବଢ଼ାଇଲା ଭାରତ, ପଠାଇଲା ଏଭଳି ଜରୁରୀ ସାମଗ୍ରୀ

ନୂଆଦିଲ୍ଲୀ,୯।୮: ଭାରତ-ନେପାଳ ସମ୍ପର୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ହେଲେ କରୋନା ମହାମାରୀ ସହ ଲଢ଼ୁଥିବା ନେପାଳକୁ ସହାୟତାର ହାତ ବଢ଼ାଇବାକୁ ଭୁଲିନାହିଁ ଭାରତ। ପଡ଼ୋଶୀ ଦେଶକୁ ୧୦ଟି ଭେଣ୍ଟିଲେଟର ପଠାଇଛି ଭାରତ। ଏହାଦ୍ୱାରା ଗୁରୁତର ରୋଗୀଙ୍କ ଚିକିତ୍ସା କରାଯାଇପାରିବ ବୋଲି କୁହାଯାଉଛି। ନେପାଳରେ ଭାରତୀୟ ରାଷ୍ଟ୍ରଦୂତ ଥିବା ବିନୟ କ୍ୱାଟ୍ରା ଭେଣ୍ଟିଲେଟରଗୁଡ଼ିକୁ ନେପାଳର ସ୍ଥଳ ସେନାମୁଖ୍ୟ ଜେନେରାଲ ପୂର୍ଣ୍ଣଚନ୍ଦ୍ର ଧାପାଙ୍କୁ ଦେଇଛନ୍ତି।

ଚାଇନା ଉକୁସାଇବା ଯୋଗୁ ନେପାଳ ଲଗାତାର ଭାବେ ଭାରତ ବିପକ୍ଷରେ କଟାକ୍ଷ କରୁଛି। ଏପରିକି ଉତ୍ତରାଖଣ୍ଡରେ କାଲାପାନୀ, ଲିପୁଲେଖ ଏବଂ ଲିମ୍ପିୟାଧୁରା ଆଦି ଅଞ୍ଚଳକୁ ନେପାଳ ନିଜର ବୋଲି ଦାବି କରିଛି। ଦେଶର ନକ୍ସାରେ ଏହାକୁ ରଖିବାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦର ସୁତ୍ରପାତ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share