ଆଗାମୀ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ସକରାତ୍ମକ ହେବ: ଆରବିଆଇ ଗଭର୍ନର

ନୂଆଦିଲ୍ଲୀ,୪।୧୨: ଆସନ୍ତା ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ନକାରାତ୍ମକରୁ ସକରାତ୍ମକକୁ ଫେରିବ ବୋଲି ଆଶା କରାଯାଉଥିବା ଆରବିଆଇ ଗଭନର୍ର୍ର ଶକ୍ତିକାନ୍ତ ଦାସ କହିଛନ୍ତି। ସେ କହିଛନ୍ତି ଯେ,ଦେଶର ଅର୍ଥନୀତି ବର୍ତ୍ତମାନ କରୋନା ସଙ୍କଟରୁ ମୁକ୍ତି ପାଇଛି। ଆସନ୍ତା ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ନକାରାତ୍ମକରୁ ସକରାତ୍ମକକୁ ଫେରିବ। ଆରବିଆଇ ଆସନ୍ତା ତ୍ରୈମାସିକ ପାଇଁ ଜିଡିପି ଅଭିବୃଦ୍ଧି ଆକଳନକୁ ୦.୧୦ ପ୍ରତିଶତକୁ ବୃଦ୍ଧି କରିଛି। ଏଥି ସହିତ ଚତୁର୍ଥ ତ୍ରୈମାସିକ ଅର୍ଥାତ୍‌ ଜାନୁଆରୀ-ମାର୍ଚ୍ଚ ୨୦୨୧ ମଧ୍ୟରେ ଦେଶର ଜିଡିପି ଅଭିବୃଦ୍ଧି ୦.୭୦ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ତଥାପି, ସମଗ୍ର ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି -୭.୫ ପ୍ରତିଶତ ହୋଇପାରେ। ସେ କହିଛନ୍ତି ଯେ ଆର୍ଥିକ ଅଭିବୃଦ୍ଧି ପୁନରୁଦ୍ଧାର ଭାରତ ସରକାରଙ୍କ ଦ୍ୱାରା ସହାୟତା ପ୍ୟାକେଜରୁ ଆସିଛି। ଆରବିଆଇ ମନିଟାରୀ ପଲିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଏହି ସୂଚନା ଦେଇଛନ୍ତି। ଅର୍ଥବ୍ୟବସ୍ଥାରେ ଦ୍ରୁତଗତିରେ ସୁଧାର ଆସୁଛି ବୋଲି ଆରବିଆଇ ସଂକେତ ଦେଇଛି। ଏହାସହ ରେପୋ ରେଟ ଏବଂ ରିଭର୍ସ ରେପୋ ରେଟ ବି ଅପରିବର୍ତ୍ତିତ ରହିଛି। ରେପୋ ରେଟ ଏବେ ୪ ପ୍ରତିଶତ ରହିଛି। ରିଭର୍ସ ରେପୋ ରେଟ ୩.୩୫ପ୍ରତିଶତ ରହିଛି।

 

Share