ନେପାଳକୁ ୪୩ ଆମ୍ବୁଲାନ୍ସ, ୫୦ ସ୍କୁଲ ବସ ଉପହାର ଦେଲା ଭାରତ

କାଠମାଣ୍ଡୁ,୧୬।୭: ନେପାଳ-ଇଣ୍ଡିଆ ଡେଭଲପମେଣ୍ଟ ପାର୍ଟନରଶିପ ପ୍ରୋଗ୍ରାମ ଅଧିନରେ ଭାରତ ରବିବାର ନେପାଳକୁ ୪୩ ଟି ଆମ୍ବୁଲାନ୍ସ ଓ ୫୦ ସ୍କୁଲ ବସ ଉପହାର ଆକାରରେ ପ୍ରଦାନ କରିଛି।
ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଉତ୍ସବରେ ନେପାଳର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ରାଏଙ୍କୁ ଏହା ହସ୍ତାନ୍ତର କରିଛନ୍ତି ନେପାଳରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ନବିନ ଶ୍ରୀବାସ୍ତବ। ଏହି ଅବସରରେ ମନ୍ତ୍ରୀ ଅଶୋକ ରାଏ ଭାରତ ସରକାରଙ୍କୁ ଧନ୍ୟବାଦ ଦେବା ସହ ପିଲାମାନଙ୍କ ପାଠପଢାରେ ବସଗୁଡିକ ବେଶ ସହାୟକ ହେବ ବୋଲି ସେ କହିଛନ୍ତି।
ନେପାଳ-ଇଣ୍ଡିଆ ଡେଭଲପମେଣ୍ଟ ପାର୍ଟନରଶିପ ପ୍ରୋଗ୍ରାମ ୧୯୯୪ରୁ ଆରମ୍ଭ ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ଏଥିରେ ଭାରତ ନେପାଳକୁ ୯୭୪ ଆମ୍ବୁଲାନ୍ସ ଓ ୨୩୪ ସ୍କୁଲ ବସ ଯୋଗାଇ ସାରିଲାଣି।

Share