ଶ୍ରୀଲଙ୍କାକୁ ଭାରତ ଦେଲା ୭୫ ଯାତ୍ରୀବାହୀ ବସ, ପଡୋଶୀ ଭାବେ ପୂର୍ବରୁ ବି କରିଛି ସାହାଯ୍ୟ

କଲମ୍ବୋ,୯ ।୧: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଏଥିରୁ ବାହାରିବାକୁ ଭାରତ ପୁଣିଥରେ ସହଯୋଗର ହାତ ବଢାଇଛି । ଯାତାୟତ ସମ୍ବନ୍ଧିତ ଢାଞ୍ଚାକୁ ମଜଭୁତ କରିବାକୁ ଭାରତ ଶ୍ରୀଲଙ୍କାକୁ ୭୫ଟି ଯାତ୍ରୀବାହୀ ବସ ଯୋଗାଇ ଦେଇଛି । ଶ୍ରୀଲଙ୍କାରେ ଥିବା ଭାରତର ହାଇ କମିଶନର କହିଛନ୍ତି ଶ୍ରୀଲଙ୍କାକୁ ୫୦୦ ବସ ଦିଆଯିବ ।, ଫଳରେ ସାର୍ବଜନିକ ଯାତାୟତ ମଜଭୁତ ହୋଇପାରିବ । ଏହି କ୍ରମରେ ଶ୍ରୀଲଙ୍କାକୁ ଭାରତୀୟ ହାଇ କମିଶନର ପରିବହନ ବିଭାଗକୁ ଏହି ବସ ଦେଇଛନ୍ତି ।

ସୂଚନାଯୋଗ୍ୟ, ଭାରତ ଡିସେମ୍ବର ମାସରେ ବି ଯାତାୟତ ସମ୍ବନ୍ଧିୟ ସମସ୍ୟାକୁ ଦୂର କରିବାକୁ ଶ୍ରୀଲଙ୍କା ପୋଲିସକୁ ୧୨୫ ଏସୟୁଭି ଦେଇଥିଲା । ନିଜର ‘ନେବରହୁଡ ଫାଷ୍ଟ’ ନୀତି ଆଧାରରେ ଭାରତ ଗତ ୧୨ ମାସ ମଧ୍ୟରେ ଶ୍ରୀଲଙ୍କାକୁ ବହୁ ସାହାଯ୍ୟ ପ୍ରଦାନ କରିସାରିଲାଣି । ଉଦ୍ଦେଶ୍ୟ ହେଉଛି ଶ୍ରୀଲଙ୍କାକୁ ୧୯୪୮ ମିଳିଥିବା ସ୍ୱାଧିନତା ପରେ ଏହାର ସବୁଠାରୁ ବଡ ଆର୍ଥିକ ଓ ମାନବୀୟ ସଙ୍କଟକୁ ଦୂର କରିବାକୁ ସାହାଯ୍ୟ ମିଳୁ ।

Share