Categories: ଖେଳ

ଇଜ୍ଜତ ବଞ୍ଚାଇଲା ଅନ୍ତିମ ଦୁଇ ଓଭର: ମେଲବୋର୍ନରେ ଭାରତକୁ ୧୬୦ ରନ୍‌ର ଟାର୍ଗେଟ ଦେଲା ପାକିସ୍ତାନ

ମେଲବୋର୍ନ,୨୩।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ର ମହାମୁକାବିଲାରେ ପାକିସ୍ତାନ ଭାରତକୁ ୧୬୦ ରନ୍‌ର ଟାର୍ଗେଟ ଦେଇଛି। ଏଠାରେ ଖେଲାଯାଉଥିବା ଏହି ମ୍ୟାଚ୍‌ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନ। ନିର୍ଦ୍ଧାରିତ ୨୦ ଓଭରରେ ଦଳ ୮ ଉଇକେଟ ହରାଇ ୧୫୯ ରନ୍‌ କରିବାରେ ସଫଳ ହୋଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ସଫଳ ବୋଲିଂ କରି ୩ ଲେଖାଏ ଉଇକେଟ ନେଇଥିଲେ।

ଗତ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ୧୦ ଉଇକେଟରେ ପରାଜିତ ହୋଇଥିବା ଟିମ୍‌ ଇଣ୍ଡିଆ। ଏଣୁ ଦଳ ବିଜେତା ହୋଇ ନିଜର ପ୍ରତିଶୋଧ ନେବେ ବୋଲି ଆଶା କରାଯାଉଛି। ଏହାଛଡ଼ା ଭାରତ ୧୫ ବର୍ଷ ହେଲାଣି ଟି୨୦ ବିଶ୍ୱକପ୍‌ ଜିତି ନାହିଁ। ଏଣୁ ଦଳ ଚଳିତ ବର୍ଷ ବିଜୟରୁ ନିଜ ଯାତ୍ରା ଆରମ୍ଭ କରିବ ବୋଲି କୁହାଯାଉଛି।

Share