ନୂଆଦିଲ୍ଲୀ,୨୭।୭: ଭାରତ-ଚାଇନା ସୀମା ବିବାଦ ପରେ ଏବେ ଚାଇନାଠାରୁ ସମ୍ପୂର୍ଣ୍ଣ ଭାବେ ସମ୍ପର୍କ ଛିନ୍ନ କରିବା ଲକ୍ଷ୍ୟରେ ରହିଛି ଭାରତ। ଏହାର ୫୯ ଆପ୍କୁ ଦେଶ ବନ୍ଦ କରିବା ପରେ ଏପେ ପୁଣିଥରେ ଚାଇନା ଉପରେ ହୋଇଛି ଡିଜିଟାଲ ଷ୍ଟ୍ରାଇକ୍। ଦେଶ ଏବେ ଆଉ ୪୭ ଚାଇନା ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିବା ଘୋଷଣା କରିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ସମସ୍ତ ୪୭ ଆପ୍ ପୂର୍ବରୁ ବନ୍ଦ ହୋଇଥିବା ୫୯ ଆପର କ୍ଲୋନ। ତେବେ ଏହି ୪୭ ଆପର ନାମ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଏଥର ପବ୍ଜି ଓ ଅଲିଏକ୍ସପ୍ରେସର ପାଳି ପଡିପାରେ ବୋଲି ଚର୍ଚ୍ଚା ହେଉଛି।