Categories: ଜାତୀୟ

‘ଇଣ୍ଡିଆ’ ଗୋଷ୍ଠୀ ହିନ୍ଦୁତ୍ୱକୁ ଘୃଣା କରୁଛି: ଶାହା

ନୂଆଦିଲ୍ଲୀ,୩ା୯: କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ରବିବାର ଡିଏମକେ ନେତା ତଥା ଏହାର ‘ଇଣ୍ଡିଆ’ ସହଯୋଗୀ ପାର୍ଟି କଂଗ୍ରେସ ‘ସନାତନ ଧର୍ମ’କୁ ନଷ୍ଟ କରିବା କଥା କହୁଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ହିନ୍ଦୁ ସଂଗଠନ ସହ ତୁଳନା କରିବା ପାଇଁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଡିଏମ୍‌କେ ମୁଖ୍ୟ ଏମ୍‌.କେ ଷ୍ଟାଲିନଙ୍କ ପୁଅ ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟରୁ ଜଣାପଡିଛି ଯେ, ବିରୋଧୀ ଦଳ ‘ଇଣ୍ଡିଆ’ ହିନ୍ଦୁତ୍ୱକୁ ଘୃଣା କରେ। ସେ କହିଛନ୍ତି, ଏହା ହେଉଛି ଆମ ଐତିହ୍ୟ ଉପରେ ଆକ୍ରମଣ।

ରାଜସ୍ଥାନର ଡୁଙ୍ଗରପୁରରେ ଭାଜପାର ଯାତ୍ରା ଆରମ୍ଭରେ ଶାହା ଏହା କହିଛନ୍ତି। ସେ କହିଛନ୍ତି, ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟ ଇଣ୍ଡିଆ ବ୍ଲକର ‘ଭୋଟ ବ୍ୟାଙ୍କ ରାଜନୀତି’ ଏବଂ ‘ଆପତ୍ତିଜନକ’ ରଣନୀତିର ଏକ ଅଂଶ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କ ମନ୍ତବ୍ୟକୁ ନେଇ ବିବାଦ ମଧ୍ୟରେ ଶାହାଙ୍କ ଏହି ମନ୍ତବ୍ୟ ଆସିଛି।

Share