Posted inଜାତୀୟ

ଭାରତର ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧୫ ବିଚାରପତି

ନୂଆଦିଲ୍ଲୀ, ୧୬।୪ (ପି.ଟି.):ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କେବଳ ୧୫ ଜଣ ବିଚାରପତି ରହିଛନ୍ତି। ମଙ୍ଗଳବାର ଜାରି ହୋଇଥିବା ‘ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ ୨୦୨୫’ରୁ ଏହି ତଥ୍ୟ ସାମ୍‌ନାକୁ ଆସିଛି। ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୫୦ ବିଚାରପତି ରହିବା ନେଇ ୧୯୮୭ ମସିହାରେ ଲ’ କମିଶନ କରିଥିବା ସୁପାରିସଠାରୁ ବର୍ତ୍ତମାନର ବିଚାରପତିଙ୍କ ସଂଖ୍ୟା ବହୁତ ଦୂରରେ ଥିବା ଏହି ରିପୋର୍ଟ କହିଛି।
ଜଷ୍ଟିସ୍‌ ରିପୋର୍ଟ ଅନୁଯାୟୀ, ୧୪୦ କୋଟି ଜନସଂଖ୍ୟାର ଦେଶ ଭାରତରେ ୨୧,୨୮୫ ଜଣ ବିଚାରପତି ରହିଛନ୍ତି। ସେହିପରି ଭାରତର ଉଚ୍ଚନ୍ୟାୟାଳୟଗୁଡ଼ିକରେ ସମୁଦାୟ ମଞ୍ଜୁର ପଦବୀର ୩୩% ଖାଲିପଡ଼ିଥିବା ଏହି ରିପୋର୍ଟ କହିଛି। ସେଥିମଧ୍ୟରୁ କେବଳ ୨୦୨୫ରେ ୨୧% ପଦବୀ ଖାଲି ପଡ଼ିଛି, ଯାହା ସମ୍ପ୍ରତି ବିଚାରପତିଙ୍କର କାର୍ଯ୍ୟଭାର ବଢ଼ାଇଛି। ଦେଶର ଜିଲା କୋର୍ଟଗୁଡ଼ିକରେ ପ୍ରତି ବିଚାରପତିଙ୍କ ପିଛା ହାରାହାରି ୨,୨୦୦ ମାମଲାର ବୋଝ ରହିଥିବା ଏହି ରିପୋର୍ଟ କହିଛି। ଆଲ୍ଲାହାବାଦ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରେ ପ୍ରତି ବିଚାରପତିଙ୍କ ପିଛା ହାରାହାରି ୧୫ ହଜାର ମାମଲାର ବୋଝ ରହିଛି। ୨୦୧୭ରେ ଦେଶର ଜିଲା ଅଦାଲତଗୁଡ଼ିକରେ ମହିଳା ବିଚାରପତିଙ୍କ ସଂଖ୍ୟା ମୋଟ ବିଚାରପତିଙ୍କର ୩୦% ହୋଇଥିବାବେଳେ ଏବେ ଏହି ସଂଖ୍ୟ ବଢ଼ି ୩୮.୩%ରେ ପହଞ୍ଚିଛି। ସେହିପରି ଦେଶର ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ୨୦୧୭ରେ ମହିଳା ବିଚାରପତିଙ୍କ ସଂଖ୍ୟା ୧୧.୪% ଥିବାବେଳେ ୨୦୨୫ରେ ଏହା ବଢ଼ି ୧୪% ହୋଇଛି। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଗୁଡ଼ିକ ତୁଳନାରେ ଜିଲା ଅଦାଲତଗୁଡ଼ିକରେ ମହିଳା ବିଚାରପତିଙ୍କ ସଂଖ୍ୟା ତୁଳନାତ୍ମକ ଭାବେ ଅଧିକ ବୋଲି ଏହି ରିପୋର୍ଟ କହିଛି। ସମ୍ପ୍ରତି ଦେଶର ୨୫ ହାଇକୋର୍ଟରେ କେବଳ ଜଣେ ମହିଳା ମୁଖ୍ୟ ବିଚାରପତି ରହିଛନ୍ତି। ସେହିପରି ଭାରତର ଜିଲା ଅଦାଲତଗୁଡ଼ିକରେ କେବଳ ୫% ବିଚାରପତି ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗରୁ ଆସୁଥିବାବେଳେ ୧୪% ବିଚାରପତି ଅନୁସୂଚିତ ଜାତି(ଏସ୍‌ସି) ବର୍ଗରୁ ଆସୁଛନ୍ତି। ୨୦୧୮ରୁ ୬୯୮ ଜଣ ହାଇକୋର୍ଟ ବିଚାରପତି ନିଯୁକ୍ତ ହୋଇଥିବାବେଳେ ସେଥିମଧ୍ୟରୁ କେବଳ ୩୭ ଜଣ ଏସ୍‌ସି ଏବଂ ଏସ୍‌ଟି ବର୍ଗର ହୋଇଥିବା ଏହି ରିପୋର୍ଟ କହିଛି। ସେହିପରି ଭାରତର ନ୍ୟାୟପାଳିକାରେ ଅନ୍ୟ ପଛୁଆ ଜାତି (ଓବିସି) ବର୍ଗର ବିଚାରପତିଙ୍କ ସାମଗ୍ରିକ ପ୍ରତିନିଧିତ୍ୱ ୨୫.୬% ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକ ଦିବସ ପାଳନ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆଲୋଚନା

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ମେ’ ୧ରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି...

ଏହି ମୁସଲିମ ଦେଶ PoKକୁ ଭାରତର ଅଂଶ ବୋଲି ମାନିଥାଏ: ନାଁ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଶ୍ରୀନଗର,୨୬।୪: ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ୨୬ରୁ ଅଧିକ ଲୋକଙ୍କ ମୃତ୍ୟୁ...

କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ଚୋରି: ସିସିଟିଭି ରୁ ….

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅର୍ନ୍ତଗତ କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଦେବୀଙ୍କ ୩୫ ଟି ରୂପା ଆଖି,...

ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ: ୨୬ ମୃତକଙ୍କ ମଧ୍ୟରୁ ୨୦ ଜଣଙ୍କ ଟ୍ରାଉଜର ଖୋଲିଥିଲେ ଆତଙ୍କବାଦୀ

ଶ୍ରୀନଗର,୨୬ା୪: ପହଲଗାମ ଆତଙ୍କବାଦୀ ଆକ୍ରମଣର ୨୬ ଜଣ ମୃତକଙ୍କ ପ୍ରାରମ୍ଭିକ ଯାଞ୍ଚରୁ ଏକ ଚାଞ୍ଚଲ୍ୟକର ବା ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି, ଅଧିକାରୀମାନେ ଜାଣିବାକୁ ପାଇଛନ୍ତି...

ପହଲଗାମ ଆକ୍ରମଣରେ ପାକିସ୍ତାନୀ କ୍ରିକେଟରଙ୍କ ଲିଙ୍କ୍‌! ଚମକାଇଲା Fact Check

କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସମଗ୍ର ଦେଶରେ କ୍ରୋଧର ବାତାବରଣ ରହିଛି। ଜମ୍ମୁ କାଶ୍ମୀରରେ ଭାରତୀୟ ସେନା ସର୍ଚ୍ଚ ଅପରେସନ୍ ଚଳାଇଛି। ଏହା...

ଆତଙ୍କବାଦୀଙ୍କୁ ମାସକୁ ମିଳେ ୫୦ହଜାର ଯାଏ ଦରମା, ଜାଣନ୍ତି କି କେଉଁ ଯୋଗ୍ୟତାରେ ହୁଅନ୍ତି ନିଯୁକ୍ତି?

ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ସମ୍ପ୍ରତି ଆତଙ୍କବାଦୀ ଆକ୍ରମଣ ପୁଣି ଥରେ କଶ୍ମୀର ଉପତ୍ୟକାର ଶାନ୍ତି ଏବଂ ସୁରକ୍ଷାକୁ ଚ୍ୟାଲେଞ୍ଜ କରୁଥିବା ପରି ମନେ...

ସୌରଶକ୍ତି ଚାଳିତ ଫ୍ଲୋରାଇଡ ଅପସାରଣ ପ୍ରକଳ୍ପ ଉଦ୍‌ଘାଟିତ

ନୂଆପଡ଼ା,୨୬ା୪ (ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ରଜନା ପଞ୍ଚାୟତ ବେଲଗାଁର ବାଗପଡାଠାରେ ଶୁକ୍ରବାର ସୌରଶକ୍ତି ଚାଳିତ ଫ୍ଲୋରାଇଡ ଅପସାରଣ ପ୍ରକଳ୍ପର ଶୁଭ ଉଦ୍‌ଘାଟନ...

ପାକିସ୍ତାନ ସେନା ବିମାନରେ ଲାଗିଗଲା ନିଆଁ, ଭିଡିଓ ଭାଇରାଲ

ଇସଲାମବାଦ,୨୬।୪: ପାକିସ୍ତାନରୁ ଆସିଛି ବଡ଼ ଖବର। ଲାହୋର ବିମାନବନ୍ଦରରେ ଅଗ୍ନିକାଣ୍ଡ ଘଟିଥିବା ଖବର ଆସିଛି। ଏହି କାରଣରୁ ସମସ୍ତ ବିମାନ ଉଡ଼ାଣ ବାତିଲ କରାଯାଇଛି। ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image