ଶ୍ରୀଲଙ୍କାକୁ ଭାରତ ଦେଇସାରିଲାଣି ୨୫୦ କୋଟିର ଆର୍ଥିକ ସହାୟତା

କଲମ୍ବୋ,୩ା୪: ଆଜିକାଲି ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହା ସାହାଯ୍ୟ ପାଇଁ ଭାରତକୁ ଅନୁରୋଧ କରିଥିଲା। ଏହି କ୍ରମରେ ଶ୍ରୀଲଙ୍କାରେ ଭାରତର ହାଇ କମିଶନର ଗୋପାଳ ବାଗ୍‌ଲେ ରବିବାର କହିଛନ୍ତି, ଶ୍ରୀଲଙ୍କାର ଅନୁରୋଧକୁ ଭାରତ ତୁରନ୍ତ କାର୍ଯ୍ୟକାରୀ କରିଛି। ଚଳିତ ବର୍ଷ ଜାନୁୟାରୀ ଠାରୁ ଆଜି ପର୍ଯ୍ୟନ୍ତ ଭାରତ ଶ୍ରୀଲଙ୍କାକୁ ୨.୫ ବିଲିୟନ ସହାୟତା ପ୍ରଦାନ କରିଛି।

ଅନ୍ୟପକ୍ଷରେ, ଲଣ୍ଡନର ମୌଳିକ ଅଧିକାର ଉପରେ ନଜର ରଖିଥିବା ଏମ୍‌ନେଷ୍ଟି ଓ୍ବାଚଡଗ୍‌ ଶ୍ରୀଲଙ୍କା ସରକାରଙ୍କୁ ଚେତାବନୀ ଦେଇଛି ଯେ, ଜନ ନିରାପତ୍ତା ନାମରେ ଦେଶରେ ଜରୁରିକାଳୀନ ପରିସ୍ଥିତି ଘୋଷଣା ମାନବିକ ଅଧିକାରର ଉଲ୍ଲଂଘନ ହେବାର ବାହାନା ଚଳିବ ନାହିଁ। ଶ୍ରୀଲଙ୍କାରେ ଶନିବାର ସକାଳ ୬ରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଦେଶବ୍ୟାପୀ କର୍ଫ୍ୟୁ ଘୋଷଣା କରାଯାଇଛି।

Share