Categories: ଜାତୀୟ

ଭାରତ ଏକ ବିଲିୟନ ଭୋକିଲାଙ୍କ ଦେଶରୁ ଆଜି ପାଲଟିଛି ଏକ ବିଲିୟନ ବୁଦ୍ଧିଆଙ୍କ ଦେଶ…

ନୂଆଦିଲ୍ଲୀ,୩।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଆଜି ଏକ ବିଲିୟନ ବୁଦ୍ଧିଆଙ୍କ ଦେଶ ପାଲଟିଛି। ଭାରତୀୟମାନଙ୍କୁ ଆଜି ଏପରି ବିକାଶର ମୂଳଦୁଆ ପକାଇବାକୁ ଏକ ଅନନ୍ୟ ସୁଯୋଗ ରହିଛି, ଯାହା ଆଗାମୀ ହଜାର ହଜାର ବର୍ଷ ପାଇଁ ସ୍ମରଣୀୟ ହୋଇ ରହିବ। ନ୍ୟୁଜ ଏଜେନ୍ସିଦିଆଯାଇଥିବା ଏକ ସାକ୍ଷାତକାରରେ ମୋଦି ଏହା କହିଛନ୍ତି। ଦାୟିତ୍ୱହୀନ ଅର୍ଥନୈତିକ ନୀତି ଏବଂ ଜନପ୍ରିୟ ନୀତି ସ୍ବଳ୍ପ ସମୟ ମଧ୍ୟରେ ରାଜନୈତିକ ଲାଭ ଦେଇପାରେ କିନ୍ତୁ ଦୀର୍ଘ ସମୟରେ ଏନେଇ ବିପୁଳ ଅର୍ଥନୈତିକ ଏବଂ ସାମାଜିକ ମୂଲ୍ୟ ଦେବାକୁ ପଡିଥାଏ। ଏହି କାରଣରୁ ଗରିବ ଲୋକଙ୍କୁ ଅଧିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ଦୀର୍ଘ ଦିନ ଧରି ଭାରତ ଏକ ବିଲିୟନ ଭୋକିଲାଙ୍କ ଦେଶ ଭାବରେ ଦେଖାଯାଉଥିଲା, କିନ୍ତୁ ଆଜି ଏହା ଏକ ବିଲିୟନ ବୁଦ୍ଧିଆ ଏବଂ ଦୁଇ ବିଲିୟନ କୁଶଳୀ ହାତ ଥିବା ଦେଶ ପାଲଟିଛି। ଜି -୨୦ର ଅଧ୍ୟକ୍ଷତା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଜି-୨୦ ର ଅଧ୍ୟକ୍ଷ ହେବା ଭାରତ ଉପରେ ସକାରାତ୍ମକ ପ୍ରଭାବ ପକାଇଛି। ଏମାନଙ୍କ ମଧ୍ୟରୁ କେତେକ ମୋ ହୃଦୟର ଅତି ନିକଟତର ଅଛନ୍ତି।

ଆମର ଗଣତନ୍ତ୍ର, ଜନସଂଖ୍ୟା ଏବଂ ବିବିଧତା ଅଛି । ବର୍ତ୍ତମାନ ଆମେ ଏଥିରେ ଆଉ ଏକ ଡି ଯୋଗ କରୁଛୁ ଏବଂ ଡି ହେଉଛି ବିକାଶ(ଡେଭଲପମେଣ୍ଟ)। ମିଳିତ ଜାତିସଂଘରେ ସଂସ୍କାର ଆଣିବାକୁ ଦାବି କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିଂଶ ଶତାବ୍ଦୀର ଚିନ୍ତାଧାରା ଏକବିଂଶ ଶତାବ୍ଦୀରେ କାମ କରିପାରିବ ନାହିଁ। ଯଦି ବଡ ବହୁପକ୍ଷୀୟ ଅନୁଷ୍ଠାନ ସମୟ ସହିତ ପରିବର୍ତ୍ତନ ନ ହୁଏ, ତେବେ ଛୋଟ ଆଞ୍ଚଳିକ ଫୋରମ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ। ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡିକ ପରିବର୍ତ୍ତିତ ବାସ୍ତବତାକୁ ବୁଝିବା ଆବଶ୍ୟକ ଏବଂ ସେମାନଙ୍କର ପ୍ରାଥମିକତାକୁ ପୁନର୍ବିଚାର କରିବା ଜରୁରୀ ଯାହା ଦ୍ୱାରା ସମସ୍ତେ ପ୍ରତିନିଧି ହେବେ ।

୨୦୭୦ ସୁଦ୍ଧା ଭାରତ ନିର୍ଗମନ ଶୂନ ହେବାର ଲକ୍ଷ୍ୟ ରଖିଛି। ସୋସିଆଲ ମିଡିଆରେ ମିଥ୍ୟା ଖବର ଉପରେ ଉଦବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମିଥ୍ୟା ଖବର ଏବଂ ଅରାଜକତା ବିସ୍ତାର କରିପାରେ। ଏହା ଖବର ଉତ୍ସଗୁଡ଼ିକର ବିଶ୍ୱସନୀୟତା ହରାଇପାରେ। ଏହାଦ୍ୱାରା ସାମାଜିକ ଅସ୍ଥିରତା ଦେଖାଦେଇପାରେ। ଋଣ ସଙ୍କଟ ବିଶ୍ୱ ପାଇଁ ଏକ ଗୁରୁତର ସଙ୍କଟ ଏବଂ ବିଶେଷକରି ବିକାଶଶୀଳ ଦେଶମାନେ ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାନ୍ତି। ଆମେ ଜି-୨୦ର ଅଧ୍ୟକ୍ଷ ରହିଥାଉ କି ନାହିଁ, ଆମେ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସମର୍ଥନ ଜାରି ରଖିବୁ ।

Share